ରାଉରକେଲା: ଗୋଟେ ପଟେ କେନ୍ଦ୍ର ସରକାରଙ୍କ ମାଓ ଦମନ ନୀତି ଚାଲିଥିବା ଦେଖି ଅଧିକାଂଶ ମାଓବାଦୀ ଆତ୍ମସମର୍ପଣ କରୁଛନ୍ତି। ଅନ୍ୟପଟେ କିଛି ରାଜ୍ୟରେ ଏବେ ବି ଥମିନି ମାଓବାଦୀଙ୍କ ବର୍ବର କାଣ୍ଡ। ସମ୍ପ୍ରତିରେ ସୁନ୍ଦରଗଡ଼ ଜିଲ୍ଲା କ. ବଲାଙ୍ଗ ଥାନା ଅନ୍ତର୍ଗତ ବାଙ୍କୋ ଅଞ୍ଚଳରେ ମାଓ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି।
ଏହା ଦେଖି ସ୍ଥାନୀୟ ଲୋକେ ଆତଙ୍କିତ ହୋଇଛନ୍ତି। ରାସ୍ତା କଡ଼ରେ ଥିବା ଏକ ଗଛରେ ଏହି ପୋଷ୍ଟର ସବୁ ଲଗାଯାଇଛି। ୨୮ ତାରିଖରୁ ଅଗଷ୍ଟ ୨ ତାରିଖ ପର୍ଯ୍ୟନ୍ତ ମାଓବାଦୀମାନେ ସହିଦ ସପ୍ତାହ ପାଳନ କରୁଛନ୍ତି। ସହିଦ ସପ୍ତାହକୁ ସଫଳ କରିବା ଲାଗି ମାଓବାଦୀମାନେ ଗ୍ରାମବାସୀଙ୍କୁ ଅନୁରୋଧ କରିଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ପୋଷ୍ଟରଗୁଡ଼ିକୁ ଜବତ କରିଛି।
ସୂଚନାଯୋଗ୍ୟ, ମାଓବାଦୀମାନେ ମେ ମାସ ୨୭ ତାରିଖରେ ବାଙ୍କୋ ପଥର ଖାଦାନକୁ ଏକ ଗାଡ଼ିରେ ଯାଇଥିବା ୫ ଟନ ବିସ୍ଫୋରକ ଲୁଟି ନେଇଥିଲେ। ବର୍ତ୍ତମାନ ସୁଦ୍ଧା ସରଣ୍ଡାରୁ ୪ ଟନ ବିସ୍ଫୋରକ ଜବତ ହୋଇସାରିଛି। ଆହୁରି ୧ ଟନ ବିସ୍ଫୋରକ ମିଳିପାରିନାହିଁ।
Comments are closed.