Latest Odisha News

BREAKING NEWS

ରାୟଗଡ଼ା ମୁନିଗୁଡାରେ ଲାଗିଲା ମାଓ ପୋଷ୍ଟର

ରାୟଗଡ଼ା : ପୁଣି ମାଓ ପୋଷ୍ଟର ଲଗାଇଲେ ମାଓବାଦୀ । ରାୟଗଡା ମୁନିଗୁଡା ଥାନା ଅନ୍ତର୍ଗତ କୁମୁଡାବାଲି ଯାତ୍ରୀ ପ୍ରତୀକ୍ଷାଳୟ ସମ୍ମୁଖରେ ୫ଟି ମାଓ ପୋଷ୍ଟର ଲଗାଇଛନ୍ତି ମାଓବାଦୀ । ରାଜ୍ୟରେ ମହିଳାଙ୍କୁ ସୁରକ୍ଷା ଦେବାରେ ରାଜ୍ୟ ସରକାର ବିଫଳ ହୋଇଥିବା ନେଇ ଉଲ୍ଲେଖ ରହିଛି । ଏହାସହ ମମିତା ମେହେର ହତ୍ୟା ଘଟଣାରେ ସଂପୃକ୍ତ ଥିବା ଦୋଷୀଙ୍କ ବିରୋଧରେ ଦଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ପୋଷ୍ଟ ଉଲ୍ଲେଖ କରିଛନ୍ତି ମାଓବାଦୀ ।

ସେହିପରି ମମିତା ମେହେରଙ୍କ ପରିବାରକୁ କ୍ଷତିପୂରଣ ବାବଦକୁ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ପୋଷ୍ଟରରେ ଉଲ୍ଲେଖ ରହିଛି । ସିପିଆଇ ମାଓବାଦୀ ବଂଶଧାରା ଘୁମୁସର ନାଗାବଳୀ ଡିଭିଜିନାଲ କମିଟି ତରଫରୁ ଏହି ମାଓ ପୋଷ୍ଟର ଲେଖାଯାଇଥିବା ଜଣାପଡିଛି । ତେବେ ଏହା ଅସଲି ନା ନକଲି ସେନେଇ ତଦନ୍ତ କରୁଛି ପୋଲିସ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମାଓ ପୋଷ୍ଟରକୁ ଜବତ କରି ଘଟଣାର ତଦନ୍ତ କରୁଛି ।

Leave A Reply

Your email address will not be published.