Latest Odisha News

BREAKING NEWS

ବାଇକ ଡିକି ଭାଙ୍ଗି ଦୋକାନ ସମ୍ମୁଖରୁ ସୁନା ଗହଣା ଲୁଟିନେଲେ ଲୁଟେରା

ଭଦ୍ରକ : ବାଇକ ଡିକି ଭାଙ୍ଗି ଦୋକାନ ସମ୍ମୁଖରୁ ସୁନା ଲୁଟିନେଲେ ଲୁଟେରା । ଭଦ୍ରକ ସହରାଞ୍ଚଳ ଥାନା ଛକ ନିକଟରେ ଥିବା ସୁନା ଦୋକାନ ସମ୍ମୁଖରୁ ସୁନା ଚେନ୍ ଲୁଟି ନେଇଛନ୍ତି ଲୁଟେରା । ଏନେଇ ଦୋକାନୀ ଜଣକ ଭଦ୍ରକ ଟାଉନ ଥାନାରେ ଅଭିଯୋଗ କରିଛନ୍ତି । ହେଲେ ପୋଲିସ ଦୁର୍ବୃତ୍ତଙ୍କ କୌଣସି ପତ୍ତା ପାଇନି ।

ସୂଚନା ଅନୁସାରେ, ଭଦ୍ରକ ସହର ଅନ୍ତର୍ଗତ ନରିପୁର ଅଞ୍ଚଳର ଅଜୟ କୁମାର ସାହୁଙ୍କର ଥାନା ଛକ ନିକଟରେ ଏକ ସୁନା ଦୋକାନ ରହିଛି । ସବୁଦିନ ଭଳି ଆଜି ଅଜୟ ବାଇକ ଯୋଗେ ନିଜ ଦୋକାନକୁ ଆସିଥିଲେ । କିଛି ସୁନା ଓ ରୁପା ସାମଗ୍ରୀ ବ୍ୟାଗ ଭିତରେ ପୁରାଇ ଡିକି ଭିତରେ ରଖି ଦୋକାନକୁ ଆସିଥିଲେ । କିନ୍ତୁ ଏହି ସମୟରେ ଦୁର୍ବୃତ୍ତମାନେ ଦୋକାନ ସମ୍ମୁଖରେ ଥିବ ବାଇକର ଡିକି ଭାଙ୍ଗି ସୁନା ଓ ରୁପା ବ୍ୟାଗକୁ ନେଇ ଚମ୍ପଟ ମାରିଥିଲେ । ବ୍ୟାଗ ଭିତରେ ୧୫୦ ଗ୍ରାମର ସୁନା ଓ ୧୦ କିଲୋର ରୁପା ଥିବା ଦୋକାନୀ ଅଜୟ ଅଭିଯୋଗ କରିଛନ୍ତି । ଏନେଇ ଭଦ୍ରକ ଟାଉନ ଥାନାରେ ଦୋକାନୀ ଜଣଙ୍କ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.