Latest Odisha News

BREAKING NEWS

ମାଓବାଦୀଙ୍କ ଆକ୍ରମଣରେ ୩ ଜଣ CRPF ଯବାନ ସହିଦ

ନୂଆପଡ଼ା: ସୀମାନ୍ତରେ ନକ୍ସଲଙ୍କ ବଡ଼ ଆକ୍ରମଣ । ଗୋଟିଏ କ୍ୟାମ୍ପରୁ ଅନ୍ୟ କ୍ୟାମ୍ପକୁ ଯିବାବେଳେ ସିଆରପିଏଫ୍ ଯବାନଙ୍କ ଉପରେ ଆକ୍ରମଣ କରିଛନ୍ତି ମାଓବାଦୀ । ମାଓବାଦୀଙ୍କ ଆକ୍ରମଣରେ ୩ ଯବାନ ସହିଦ ହୋଇଥିବା ବେଳେ ୭ ଜଣ ଯବାନ ଗୁରୁତର ହୋଇଥିବା ସୂଚନା ମିଳିଛି । ଏବେବି ଉକ୍ତ ସ୍ଥାନରେ ଗୁଳିବିନିମୟ ଚାଲିଥିବା ଜଣାପଡ଼ିଛି ।

ଖବର ଅନୁସାରେ, ମଙ୍ଗଳବାର ଦିନ ପ୍ରାୟ ୨ଟା ୩୦ ବେଳେ ସିଆରପିଏଫ୍ ୧୯ ବାଟାଲିୟନର ଯବାନ ଗୋଟିଏ କ୍ୟାମ୍ପରୁ ଅନ୍ୟ କ୍ୟାମ୍ପକୁ ଯାଉଥିଲେ । ସେହି ସମୟରେ ପୂର୍ବରୁ ଛକିଥିବା ମାଓବାଦୀ ଅତର୍କିତ ସିଆରପିଏଫ୍ ଯବାନଙ୍କ ଉପରେ ଆକ୍ରମଣ କରିଥିଲେ । ମାଓବାଦୀଙ୍କ ଆକ୍ରମଣରେ ଏଏସ୍ଆଇ ଶିଶୁପାଲ୍ ସିଂହ, ଏଏସ୍ଆଇ ଶିବ ଲାଲ୍ ଓ କନେଷ୍ଟବଳ ଧର୍ମେନ୍ଦ୍ର କୁମାର ସିଂହ ସହିଦ ହୋଇଛନ୍ତି । ଆହତ ଯବାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ନୂଆପଡ଼ା ଏସପି ଘଟଣାସ୍ଥଳକୁ ଯାଇଥିବା ସୂଚନା ମିଳିଛି । ଅନ୍ୟପଟେ ନୂଆପଡ଼ା ସୀମାନ୍ତ ଛତିଶଗଡ଼ର ବିଜାପୁରରେ ମଧ୍ୟ ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିବା ଜଣାପଡ଼ିଛି ।

Leave A Reply

Your email address will not be published.