Latest Odisha News

BREAKING NEWS

[ଶୁଣନ୍ତୁ] ଦିନର ଟପ୍ ହେଡଲାଇନ୍ସ

–  ଯଶଓ୍ୱନ୍ତ ସିହ୍ନା ହେଲେ ବିରୋଧୀଙ୍କ ରାଷ୍ଟ୍ରପତି ପ୍ରାର୍ଥୀ । ପ୍ରେସମିଟ୍ କରି ଯଶଓ୍ୱନ୍ତ ସିହ୍ନାଙ୍କ ନାଁ ଘୋଷଣା କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାର୍ଗେ । ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ଅର୍ଥମନ୍ତ୍ରୀ ଓ ବୈଦେଶିକ ମନ୍ତ୍ରୀ ଥିଲେ ଯଶଓ୍ୱନ୍ତ ସିହ୍ନା । ଆଜି ପୂର୍ବାହ୍ନ TMCରୁ ଇସ୍ତଫା ଦେଇଥିଲେ ଯଶଓ୍ୱନ୍ତ ।

-ଶିବସେନାର ବିଦ୍ରୋହ ପରେ ଏବେ ସଙ୍କଟରେ ଉଦ୍ଧବ ସରକାର। ଏକନାଥ୍ ସିନ୍ଧେଙ୍କ ନେତୃତ୍ୱରେ ସୁରଟରେ ଡେରା ପକାଇଛନ୍ତି ବିଧାୟକ ମନ୍ତ୍ରୀ। ସେପଟେ ବିଧାୟକଙ୍କୁ ନେଇ ଉଦ୍ଧବ ଠାକରେ ଏକ ରୁଦ୍ଧଦ୍ବାର ବୈଠକ ବସାଇଛନ୍ତି । କ୍ଷମତା ପାଇଁ ହିନ୍ଦୁତ୍ୱକୁ ଧୋକ ଦେଇଥିବା କହିଛନ୍ତି ଏକନାଥ ସିନ୍ଧେ l

– ରୋମରେ ଶାନ୍ତି ଓ ଅହିଂସାର ବାର୍ତ୍ତା ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।  ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ନବୀନ ରୋମରେ ମହାତ୍ମାଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

– ଅଭିନେତ୍ରୀ ରଶ୍ମିରେଖା ମୃତ୍ୟୁ ମାମଲାକୁ ନେଇ ତନାଘନା। ରଶ୍ମୀଂକର ଦୁଇ ପୁରୁଷ ବନ୍ଧୁ, ସନ୍ତୋଷ ପାତ୍ର ଓ ରାଜାକୁ ପୁଲିସ ପଚରାଉଚୁରା କରିବ । ରଶ୍ମୀଂକୁ ଆତ୍ମହତ୍ୟା ପାଇଁ କିଏ ଉସକାଇଥିଲା, ସେ ନେଇ ଚାଲିଛି ଖୋଳତାଡ।

– ରାଜ୍ୟର ୯ କଂଗ୍ରେସ ବିଧାୟକଙ୍କୁ ଦିଲ୍ଲୀ ଡକରା । ରାହୁଲ, ସୋନିଆଙ୍କୁ ଇଡି ନୋଟିସ୍‌କୁ ନେଇ ରଣନୀତି ପ୍ରସ୍ତୁତ ପାଇଁ ଡାକରା ହୋଇଥିବା ଶୁଣାଯାଉଛି । ଏଥିସହ ଦଳୀୟ ସଂଗଠନ ଉପରେ ଆଲୋଚନା ମଧ୍ୟ ହେବ । AICC ପକ୍ଷରୁ ଦିଲ୍ଲୀ ଡକରା ନେଇ କଂଗ୍ରେସର ବରିଷ୍ଠ ବିଧାୟକ ତାରା ବାହିନୀପତି କହିଛନ୍ତି ।

– ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ l ଫଳରେ ୧୧ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି l ଏଥିପାଇଁ ଜାରି ହୋଇଛି ୟେଲୋଓ୍ଵାର୍ଣ୍ଣିଂ l ଆଗାମୀ ୫ଦିନ ପର୍ଯ୍ୟନ୍ତ ସମଗ୍ର ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ଜନିତ ଝଡ଼ବର୍ଷା ସହିତ ଅନେକ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ସୂତ୍ରରୁ ସୂଚନା ମିଳିଛି l

 

-ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅଣସର ନୀତିକୁ ନେଇ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଏକ ବ୍ୟଙ୍ଗଚିତ୍ର । ଲୁଧିଆନାର ଇସ୍କନ ସଂସ୍ଥା ପକ୍ଷରୁ ମହାପ୍ରଭୁଙ୍କ ଅଣସର ନୀତିର ବ୍ୟଙ୍ଗ ଚିତ୍ର ପୋଷ୍ଟ କରାଯାଇଛି । ପୁରୀର ସେବାୟତ ତଥା ବୁଦ୍ଧିଜୀବୀମାନେ ଏହାକୁ ବିରୋଧ କରିବା ସହ ଲୁଧିଆନା ଇସ୍କନ ବିରୋଧରେ କାର୍ୟ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ।

– ଖୁବଶୀଘ୍ର କୋଣାର୍କକୁ ଗଡ଼ିବ ଟ୍ରେନ୍‌ l ବିଶ୍ୱସ୍ତରୀୟ ହେବ ପୁରୀ ରେଳ ଷ୍ଟେସନ୍‌ । କୋଣାର୍କକୁ ରେଳ ସଂଯୋଗ ପାଇଁ ଖୁବଶୀଘ୍ର ସର୍ଭେ କରାଯିବ । ତେବେ ଏହା ପୁରୀରୁ ସଂଯୋଗ ହେବ କି ଅନ୍ୟ କେଉଁଠୁ କରାଯିବ ସେ ନେଇ ସର୍ଭେ ହେବ। କୋଣାର୍କକୁ ରେଳ ଲାଇନ୍ ସର୍ଭେ ନେଇ ସୂଚନା ଦେଇଛନ୍ତି ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ।

-ଆଜି ଆଖି ବୁଜିଛି ଆଉ ଏକ ହାତୀ । ସମ୍ବଲପୁର ସାପଲହରାରେ ଉଦ୍ଧାର ହୋଇଥିବା ହାତୀର ମୃତ୍ୟୁ ହୋଇଛି । ଗତ ସପ୍ତାହେ ଧରି ବହୁ କଷ୍ଟରେ ହାତୀଟିକୁ ଉଦ୍ଧାର କରାଯାଇଥିଲା । ପୋଖରୀରୁ କୂଳକୁ ଆଣିବା ପରେ ହାତୀଟିର ମୁୃତ୍ୟୁ ହୋଇଛି।

-ଅଗ୍ନିପଥ ଯୋଜନା ପ୍ରସଙ୍ଗରେ ତିନି ସେନା ମୁଖ୍ୟଙ୍କ ସହ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି କରିବେ ଆଲୋଚନା l ତିନି ସେନା ମୁଖ୍ୟ, ଅଗ୍ନିପଥ ଯୋଜନା ଅନ୍ତର୍ଗତ ନିଯୁକ୍ତି ବିଷୟରେ ପ୍ରଧାନମନ୍ତ୍ରୀଙ୍କୁ ବିସ୍ତୃତ ଅବଗତ କରାଇବେ ।

-ଦିଲ୍ଲୀରେ ପୁଣିଥରେ ଦିନକୁ ଦିନ ବଢିବାରେ କରୋନା ସଂକ୍ରମଣ l ଗତ ୨୪ ଘଣ୍ଟା ମଧ୍ୟରେ କରୋନାରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦୦୦ରୁ ଅଧିକ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମୋଟ୍‌ ସକ୍ରିୟ ମାମଲା ୫ ହଜାର ଟପିଛି। ଏହା ସହିତ କଣ୍ଟେଣ୍ଟମେଣ୍ଟ ଜୋନ୍‌ ସଂଖ୍ୟା ୨୬୫ରେ ପହଞ୍ଚିଛି ।

– ପଞ୍ଚମ ଦିନରେ ରାହୁଲ ଗାନ୍ଧୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନା ଇଡି ପଚରାଉଚରା କରିଛି । ନ୍ୟାସନାଲ ହେରାଲ୍ଡ ମାମଲାରେ ରାହୁଲଂକୁ ପୁଣିତରେ ୧୨ ଘଣ୍ଟାର ଜେରା କରିଛି ଇଡି । ଇଡି ଅଫିସ ଚାରିପଟେ ବ୍ୟାପକ ପୋଲିସ ମୁତୟନ ହେବା ସହିତ ୧୪୪ ଧାରା ଲାଗୁ ହୋଇଛି ।

– ଆଜି ଅଷ୍ଟମ ଅନ୍ତର୍ଜାତୀୟ ଯୋଗ ଦିବସ । ପ୍ରତିବର୍ଷ ଜୁନ କରି ଆସେ ପାଳନ ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ । ଏଥରର ଥିମ୍ ରହିଛି ମାନବିକତା ପାଇଁ ଯୋଗ । ହିମାଚଳ ପ୍ରଦେଶରେ ୧୬ହଜାର ୫ଶହ ଫୁଟ ଉପରେ ଯୋଗ କରିଛନ୍ତି ଆଇଟିବିପି ଯବାନ ।

– ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି । ଏଭଳି ସ୍ଥିତିରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି ୟୁକ୍ରେନର ଶିଶୁ । ଏଭଳି ସଙ୍କଟଜନକ ସ୍ଥିତିରେ ମାନବିକତାର ପରିଚୟ ଦେଇଛନ୍ତି ଋଷ ସାମ୍ବାଦିକ ଦିମିତ୍ରି ମୁରାତୋଭ୍ l ମୁରାତୋଭ୍, ନିଜ ନୋବେଲ୍ ପୁରଷ୍କାରକୁ ବିକ୍ରି କରି ୟୁକ୍ରେନର ବିସ୍ଥାପିତ ଶିଶୁଙ୍କୁ ସହାୟତା ଯୋଗାଇ ଦେବେ ବୋଲି ଘୋଷଣା କରିଛନ୍ତି ।

– ଇଂଲଣ୍ଡ ଗସ୍ତ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ଝଟ୍‌କା । କରୋନା ସଂକ୍ରମିତ ହେଲେ ରବିଚନ୍ଦ୍ରନ୍‌ ଅଶ୍ୱିନୀ। ଭାରତୀୟ ଟିମ୍‌ର ଷ୍ଟାର୍ ସ୍ପିନର ରବିଚନ୍ଦ୍ରନ୍‌ ଅଶ୍ୱିନୀ, କରୋନାରେ ସଂକ୍ରମିତ ହୋଇଛନ୍ତି । ଟିମ୍‌ ଗସ୍ତ ପୂର୍ବରୁ ସମସ୍ତ ସଦସ୍ୟଙ୍କର କୋଭିଡ଼ ପରୀକ୍ଷଣ କରାଯାଇଥିଲା । ଏବେ ସେ ଅଭ୍ୟାସ୍‌ ମ୍ୟାଚ୍‌ରୁ ବାଦ୍‌ ପଡିବା ସମ୍ଭାବନା ରହିଛି ।

-୪ ବର୍ଷ ଚାଲିଲାନି ୧୦ କୋଟିର ବାହାଘର l ଏବେ ଅଭିନେତ୍ରୀ ସୋଭିତା ଧୁଲିପାଲାଙ୍କୁ ଡେଟ୍‌ କରୁଛନ୍ତି ନାଗା ଚୈତନ୍ୟ। ହିନ୍ଦୀ, ମାଲାୟଲାମ୍‌ ଏବଂ ତେଲଗୁ ପିଲ୍ମରେ ଅଭିନୟ କରି ଫେମିନା ମିସ୍‌ ଇଣ୍ଡିଆ ଅର୍ଥ-2013 ଟାଇଟେଲ୍‌ ଜିତିଥିଲେ ସୋଭିତା।

 -ସଲମାନ ଖାନ୍‌ଙ୍କ ‘ନୋ ଏଣ୍ଟ୍ରି-2’ରେ ଏଣ୍ଟ୍ରି କରିବେ ସାଉଥ୍‌ ସୁନ୍ଦରୀ ।ଟାଇଗର-3ର ପରେ ଏବେ ‘ନୋ ଏଣ୍ଟ୍ରି-2’ର ସୁଟିଂ ଓ ଷ୍ଟାରକାଷ୍ଟ ନେଇ କାମ ଚାଲିଛି । ଫିଲ୍ମ ପାଇଁ ୪ ଜଣ ଦକ୍ଷିଣ ଭାରତୀୟ ଅଭିନେତ୍ରୀଂକ ନାଁ ଚର୍ଚ୍ଚା ହେଉଛି ।

 

Leave A Reply

Your email address will not be published.