Latest Odisha News

BREAKING NEWS

ମାଲଦିବସରେ ଯୋଗ ଦିବସ ପାଳନ ବେଳେ ଭାରତୀୟଙ୍କୁ ଆକ୍ରମଣ

ମେଲ: ଭାରତ ମହାସାଗରରେ ଅବସ୍ଥିତ ଦ୍ୱୀପ ଦେଶ ମାଲଦିବସରେ ଭାରତୀୟଙ୍କ ଉପରେ ହୋଇଛି ଆକ୍ରମଣ । ସେଠାରେ ଅବସ୍ଥାପିତ ଭାରତୀୟ ହାଇକମିଶନଙ୍କ ଦ୍ୱାରା ଆୟୋଜିତ ଅର୍ନ୍ତଜାତୀୟ ଯୋଗ ଦିବସ ପାଳନ ବେଳେ ବିରୋଧ ପ୍ରଦର୍ଶନକାରୀ ଏକ ଗୋଷ୍ଠୀ ଆକ୍ରମଣ କରିଥିଲେ । ମଙ୍ଗଳବାର ହାଇ କମିଶନଙ୍କ ଦ୍ୱାରା ସ୍ଥାନୀୟ ଏକ ଷ୍ଟାଡିୟମରେ ପ୍ରାୟ ୧୫୦ ଲୋକଙ୍କୁ ନେଇ ଯୋଗ ଦିବସ ପାଳନ ହେଉଥିଲା ।

ଏହି ସମୟରେ ଯୋଗ ଦିବସ ପାଳନ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଏହି ଗୋଷ୍ଠୀ ହଠାତ୍ ଷ୍ଟାଡିୟମ ଭିତରକୁ ପଶି ଆକ୍ରମଣ କରିଥିଲେ । ପୂର୍ବରୁ ଯୋଗ ମୁସଲମାନ ନୀତି ବିରୋଧୀ ବୋଲି ବିକ୍ଷୋଭକାରୀ ବିରୋଧ ପ୍ରଦର୍ଶନ କରିଥିଲେ । ଯାହାର ଫଳସ୍ୱରୂପ ଷ୍ଟାଡିୟମ ଭିତରେ ଅନେକ ଜିନିଷ ଭଙ୍ଗା ରୁଜା କରିଥିଲେ । ଅବଶ୍ୟ କୌଣସି ଭାରତୀୟ କିମ୍ବା ସେଠାରେ ଉପସ୍ଥିତ କୌଣସି ଅଧିକାରୀ ଓ କର୍ମଚାରୀଙ୍କୁ ଆକ୍ରମଣ ହୋଇନି ।

ଏହା ପରେ ସୁରକ୍ଷାକର୍ମୀ ସେମାନଙ୍କୁ ଷ୍ଟାଡିୟମ ବାହାରକୁ ତଡ଼ିଥିଲେ । ଆକ୍ରମଣକାରୀଙ୍କୁ ବାହାରକୁ କାଢ଼ିବାକୁ ଯାଇ ଲୁହ ବୁହା ଗ୍ୟାସ ଏବଂ ପେପର ସ୍ପ୍ରେ କରିଥିଲା । ଆକ୍ରମଣ ଘଟଣାରେ ପୋଲିସ ୬ ଜଣଙ୍କୁ ଗିରଫ କରିବା ସହ ତଦନ୍ତ କରୁଛି ବୋଲି ସ୍ଥାନୀୟ ଏସପି ଫଥମାଥ ନଶୱା ସୂଚନା ଦେଇଛନ୍ତି ।

ଏହି ଘଟଣାକୁ ଗୁରୁତର ସହ ନିଆଯାଇଛି ବୋଲି ରାଷ୍ଟ୍ରପତି ଇବ୍ରାହିମ ମହମ୍ମଦ ସଲିହ କହିଛନ୍ତି । ଉଚ୍ଚସ୍ତରୀୟ ତଦନ୍ତ କରାଯାଉଛି ଏବଂ ଖୁବ୍ ଶୀଘ୍ର ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ କହିଛନ୍ତି । ତଦନ୍ତରୁ ଅଭିଯୁକ୍ତ ସ୍ପଷ୍ଟ ହେବା ପରେ ଆଇ ଅନୁଯାୟୀ ଦଣ୍ଡ ବିଧାନ କରାଯିବ ବୋଲି ରାଷ୍ଟ୍ରପତି କହିଛନ୍ତି ।

Leave A Reply

Your email address will not be published.