Latest Odisha News

BREAKING NEWS

ନବରଙ୍ଗପୁରରେ ଲାଲ୍ ଆତଙ୍କ। ରାଜପଥରେ ମାଓ ପୋଷ୍ଟର

ନବରଙ୍ଗପୁର : ନବରଙ୍ଗପୁରରେ ପୁଣି ନିଜ ସ୍ଥିତି ଜାହିର କଲେ ମାଓବାଦୀ । ପୂର୍ବରୁ ଗାଁ ଗହଳି ଜଙ୍ଗଲରେ ପୋଷ୍ଟର ମାରୁଥିବା ବେଳେ ବର୍ତ୍ତମାନ ରାଜ୍ୟ ରାଜପଥରେ ପୋଷ୍ଟର ମାରି ଉପସ୍ଥିତି ଜାହିର କଲେ ମାଓବାଦୀ । ଓଡିଶା ସହ ପଡୋଶୀ ଛତିଶଗଡର ରାୟପୁରକୁ ସଂଯୋଗ କରୁଥିବା ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଲକ୍ ଅନ୍ତର୍ଗତ ଯୋଡିଗାଁ ରାଜ୍ୟ ରାଜପଥରେ ପୋଷ୍ଟର ମାରିଛନ୍ତି ।

ପୋଷ୍ଟରକୁ ଦେଖି ଭୟଭୀତ ହୋଇ ରାସ୍ତା ଦେଇ ଯାଉଥିବା ବସ୍ ଯାନବାହନ ଅଟକି ରହିଥିଲା । ତେବେ ପୋଷ୍ଟର କେଉଁ ମାଓବାଦୀ ସଙ୍ଗଠନ ମାରିଛି ତାହା ସ୍ପଷ୍ଟ ସୂଚନା ଉଲ୍ଲେଖ ହୋଇନଥିବା ବେଳେ ବିଭିନ୍ନ ସମୟରେ ପୋଲିସ ଗୁଳିରେ ପ୍ରାଣ ହରାଇଥିବା ନକ୍ସଲଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଖବର ପାଇ ପୋଲିସ ପହଞ୍ଚି ପୋଷ୍ଟରକୁ ଜବତ କରିବା ପରେ ଯାତାୟାତ ସ୍ବାଭାବିକ ହୋଇଛି ।

Leave A Reply

Your email address will not be published.