Latest Odisha News

BREAKING NEWS

ଅଶାନ୍ତ କର୍ଣ୍ଣାଟକ। ଯୁବକଙ୍କୁ ହତ୍ୟା ପରେ ୧୪୪ ଧାରା ଜାରି

କର୍ଣ୍ଣାଟକ : କର୍ଣ୍ଣାଟକରେ ବିଜେପି ଯୁବ ମୋର୍ଚ୍ଚାର ନେତାଙ୍କୁ ହତ୍ୟା କରାଯିବା ପରେ ଏବେ ସ୍ଥିତି ଅସମ୍ଭାଳ ହୋଇପଡିଛି । ଏହି ଘଟଣା ପରେ ମାଙ୍ଗାଲୋରରେ ଜଣେ ସଂଖ୍ୟାଲଘୁ ଯୁବକକୁ ନିର୍ମମ ହତ୍ୟା କରାଯାଇଛି । ମାଙ୍ଗାଲୋର ଉପକଣ୍ଠ ସୁରାତକଲରେ ଥିବା ଏକ ଟେକ୍ସଟାଇଲ ଦୋକାନ ବାହାରେ ମହମ୍ମଦ ଫୈଜଲ ନାମକ ଯୁବକଙ୍କୁ କିଛି ଦୁର୍ବୃତ୍ତ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରିଛନ୍ତି । ଫଳରେ ପୁରା ସୁରାତକଲ ଇଲାକାରେ ଉତ୍ତେଜନା ଦେଖିବାକୁ ମିଳିଛି । ଏଠାରେ ୧୪୪ ଧାରା ଲାଗୁ ହୋଇଛି ।

ଏହି ଘଟଣା ପୂର୍ବରୁ ବିଜେପିର ଯୁବ ମୋର୍ଚ୍ଚା ନେତା ପ୍ରବୀଣ କୁମାରଙ୍କୁ ସମାନ ଢଙ୍ଗରେ ହତ୍ୟା କରାଯାଇଥିଲା । ମୃତ ପ୍ରବୀଣଙ୍କ ଘରକୁ ଗୁରୁବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ବସବରାଜ ବୋମଇ ଯାଇଥିବାବେଳେ ମାଙ୍ଗାଲୋର ଠାରେ ଫୈଜଲଙ୍କୁ ହତ୍ୟା କରାଯାଇଛି ।

ମୃତ ଫୈଜଲଙ୍କ ଘର ସୁରାତକଲ ନକଟସ୍ଥ ମାଙ୍ଗଲପେଟ ଇଲାକାରେ । ସେ ଦୋକାନ ବାହାରେ କଥା ହେଉଥିବାବେଳେ ସେଠାରେ ବାଇକରେ କିଛି ଦୁର୍ବୃତ୍ତ ପହଞ୍ଚି ତାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଆକ୍ରମଣର ସିସିଟିଭି ଭିଜୁଆଲ ମଧ୍ୟ ପୋଲିସ ହାତରେ ଲାଗିଛି । ଏନେଇ ସୁରାତକଲ ପୋଲିସରେ ମାମଲା ଦାଏର ହୋଇଛି ।

ଏହି ଘଟଣାକୁ ଆଧାର କରି ଆଉ ଯେପରି କିଛି ଅପରାଧ ନଘଟୁ ସେଥିପାଇଁ ପୁରା ଇଲାକାରେ ୧୪୪ ଧାରା ଲାଗୁ କରାଯାଇଛି । ଜୁଲାଇ ୩୦ ତାରି ଖ ସକାଳ ୬ଟା ପର୍ଯ୍ୟନ୍ତ ୧୪୪ ଧାରା ଲାଗୁ ରହିବ ବୋଲି ଘୋଷଣା ହୋଇଛି ।

Leave A Reply

Your email address will not be published.