Latest Odisha News

BREAKING NEWS

ଆଜିଠୁ ଭୁବନେଶ୍ବରରେ ଆରମ୍ଭ ହେବ ଇ-ବସ୍ ସେବା

ଭୁବନେଶ୍ୱର:  ମୋ ବସର ସଫଳତା ପରେ ଭୁବନେଶ୍ବରରେ ଆରମ୍ଭ ହେବ ଇ-ବସ୍ ସେବା । ପ୍ରାଥମିକ ପର୍ଯ୍ୟାୟରେ ସହରରେ ୧୦ଟି ଇ-ବସ୍ ଚଳାଚଳ କରିବ। ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସେବାର ଶୁଭାରମ୍ଭ କରିବେ । ଇ-ବସ ସହିତ ଇ-ରିକ୍ସା ମଧ୍ୟ ଚଳାଚଳ କରିବ ବୋଲି ସୂଚନା ଦେଇଛି ମୋ ବସ ପରିଚାଳନା ସଂସ୍ଥା (କ୍ରୁଟ୍)। ଗତ ୨ମାସ ତଳୁ ଭୁବନେଶ୍ବରରେ ଇ-ବସ୍ ପହଞ୍ଚି ସାରିଛି।

ବସ ଚଳାଚଳ ପାଇଁ ସ୍ବତନ୍ତ୍ର କ୍ୟାପଟେନଙ୍କୁ ଚୟନ କରାଯାଇ ତାଲିମ ଦେବା ସହିତ ଏହାର ଟ୍ରାଏଲ ରନ୍ କରାଯାଇଛି । ବସରେ ବାଲିବସ୍ତା ରଖାଯାଇ ଟ୍ରାଏଲ କରାଯାଇଛି। ବସରେ ଯାତ୍ରୀଙ୍କ ସଂଖ୍ୟା ୩୦ରେ ସୀମିତ ରହିବ। ସବୁ ବସ ଶୀତତାପ ନିୟନ୍ତ୍ରିତ ରହିଛି।

ପଟିଆ ଓ ଭଗବାନପୁରରେ ସ୍ଥାପିତ ଅତ୍ୟାଧୁନିକ ବସ ଡିପୋରେ ବସ ଗୁଡ଼ିକ ରହିବ। ଏଠାରେ ସେଗୁଡ଼ିକୁ ଚାର୍ଜିଂ ବ୍ୟବସ୍ଥା କରାଯାଇଛି। ପ୍ରାଥମିକ ପର୍ଯ୍ୟାୟରେ ୧୦ଟି ବସ ଚାଲିବାକୁ ଥିବାବେଳେ ଖୁବଶୀଘ୍ର ଏହା ୫୦କୁ ବୃଦ୍ଧି ପାଇବ। ଏହାଦ୍ବାରା ଉଭୟ ଶବ୍ଦ ଓ ବାୟୁ ପ୍ରଦୂଷଣ ରୋକାଯାଇପାରିବ।

 

Leave A Reply

Your email address will not be published.