Latest Odisha News

BREAKING NEWS

ମାଲକାନଗିରି: ଚିତ୍ରକୋଣ୍ଡାରେ ମାଓବାଦୀ ପୋଷ୍ଟର ଜବତ

ମାଲକାନଗିରି : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଠାରେ ଗୁରୁବାର ମାଓବାଦୀ ପୋଷ୍ଟର ଜବତ ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ ଗୁମ୍ମା ଅଞ୍ଚଳରେ ସିପିଆଇ ମାଓବାଦୀ ସଂଗଠନ ତରଫରୁ ପଣସପୁଟ ଓ ଗାଜଲ ମାଲୁଡି ପଞ୍ଚାୟତର ବିଭିନ୍ନ ସ୍ଥାନରେ ଏହି ପୋଷ୍ଟର ଲଗାଯାଇଛି।

ନିରୀହ ଆଦିବାସୀମାନଙ୍କ ଉପରେ ପୋଲିସ ଅତ୍ୟାଚାର କରୁଥିବା ଅଭିଯୋଗ କରି ଏହି ପୋଷ୍ଟରରେ ମାଓବାଦୀଙ୍କ ପକ୍ଷରୁ ଉଲ୍ଲେଖ କରାଯାଇଛି।

ଅନ୍ୟପକ୍ଷରେ ଡିସେମ୍ବର ୮ ତାରିଖ ପର‌୍ୟ୍ୟନ୍ତ ପିଏଲଜିଏ ସହିଦ ସପ୍ତାହ ଚାଲିଥିବା ବେଳେ ଯୁବ ପିଢିଙ୍କୁ ଅଧିକ ସଂଖ୍ୟାରେ ମାଓବାଦୀ ସଂଗଠନରେ ସାମିଲ ହେବାକୁ ସେମାନେ ଆହ୍ୱାନ କରିଛନ୍ତି ।

ଏଥିସହିତ ଆଗମୀ ନିର୍ବାଚନ ବନ୍ଦ କରିବାକୁ ନେଇ ପୋଷ୍ଟରରେ ମଧ୍ୟ ଉଲ୍ଲେଖ ରହିଛି।

ବଲାଙ୍ଗୀର-ବରଗଡ ମହାସମୁନ୍ଦ ଡିଭିଜନ ସିପିଆଇ(ମାଓବାଦୀ) ସମ୍ପାଦକ ବସନ୍ତ କୁମାରଙ୍କ ପକ୍ଷରୁ ପଶ୍ଚିମ ଓଡିଶାରେ ସ୍ଥାୟୀ ବେଞ୍ଚ ସ୍ଥାପନ ଦାବିକୁ ସମର୍ଥନ କରି ଗୁରୁବାର ଦିନ ଏକ ଅଡିଓ ଟେପ୍ ରିଲିଜ କରାଯାଇଛି ।

Leave A Reply

Your email address will not be published.