Latest Odisha News

ପ୍ରଧାନମନ୍ତ୍ରୀ ମୋଦି ଓ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଡିସେମ୍ବରରେ ଓଡିଶା ଗସ୍ତ କରିବେ

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଚଳିତ ଡିସେମ୍ବରରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ।

କଟକ ଜିଲ୍ଲାସ୍ଥିତ ସାଲେପୁର ବ୍ଲକ୍ ଅନ୍ତର୍ଗତ ନିଶ୍ଚିନ୍ତକୋଇଲି ଜନସମ୍ପର୍କ ପଦଯାତ୍ରାରେ ଗୁରୁବାର ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂହ ସୂଚନା ଦେଇ କହିଛନ୍ତି “ଚଳିତ ମାସ ୨୪ ତାରିଖରେ ଖୋର୍ଦ୍ଧାରେ ହେବାକୁ ଥିବା ଏକ ସମାବେଶରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ଓଡ଼ିଶା ଆସିବେ”।

ଆହୁରି ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ସମ୍ପର୍କୀୟ ସମ୍ପୂର୍ଣ୍ଣ ବିବରଣୀ ଖୁବ ଶୀଘ୍ର ଘୋଷଣା ହେବ ବୋଲି ସେ କହିଛନ୍ତି ।

ଅନ୍ୟପକ୍ଷରେ ଓଡିଶା ପ୍ରଦେଶ କଂଗ୍ରେସ କମିଟିର ଅଧ୍ୟକ୍ଷ ନିରଞ୍ଜନ ପଟ୍ଟନାୟକ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି “କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି”।

ଏସମ୍ପର୍କରେ ସେ କହିଛନ୍ତି ଦଳ ସୁପ୍ରିମୋ ଆସନ୍ତା ଡିସେମ୍ବର ୨୨ କିମ୍ବା ୨୭ ତାରିଖରେ ଓଡିଶା ଗସ୍ତରେ ଆସିବେ । ଏହି ଗସ୍ତ ସମ୍ପର୍କରେ ଏଆଇସିସି ଚୂଡାନ୍ତ ନିଷ୍ପତ୍ତି ଘୋଷଣା କରିବ ବୋଲି ସେ ପ୍ରକାଶ କରିଛନ୍ତି ।

ପଶ୍ଚିମ ଓଡ଼ିଶା ସମେତ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ଅନୁଷ୍ଠିତ ହେବାକୁ ଥିବା ସଭାରେ ରାହୁଲ ଗାନ୍ଧୀ ଯୋଗଦେବାର କାର୍ଯ୍ୟକ୍ରମ ରହିଥିବା ନେଇ ସେ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.