Latest Odisha News

BREAKING NEWS

କୋରାପୁଟରୁ ମାଓବାଦୀ ପୋତିଥିବା ଅସ୍ତ୍ରଶସ୍ତ୍ର ଜବତ

କୋରାପୁଟ : କୋରାପୁଟ ସୁରେଶି ନିକଟରୁ ଜବତ ହୋଇଛି ମାଓବାଦୀ ପୋତିଥିବା ଅସ୍ତ୍ରଶସ୍ତ୍ର । ଡିଭିଏଫ ଏବଂ ବିଡିଡି ସ୍ବାଡ ନାରାୟଣପାଟଣା ଥାନା ଅଞ୍ଚଳରୁ ଏସବୁ ଅସ୍ତ୍ରଶସ୍ତ୍ର ଜବତ କରିଛନ୍ତି । ଜବତ ହୋଇଥିବା ଅସ୍ତ୍ରଶସ୍ତ୍ର ମଧ୍ୟରେ ୬ଟି ଏସବିଏମ୍ଏଲ, ୫୦ଟି ଜିଲେଟିନ ଷ୍ଟିକ, ୨୦୫ଟି ଲୁହା ରଡ଼, ୨ଟି କ୍ଲେମର ମାଇନ୍ସ, ୩ଟି ଟିଫିନ ବୋମା, ୩ଟି ବ୍ଲାକ୍ ବେଲ୍ଟ ଓ ମାରଣାସ୍ତ୍ର ଥିବା ଜଣାପଡିଛି ।

ମାଓ ସାମଗ୍ରୀ ଜବତ ହୋଇଥିବା ନେଇ କୋରାପୁଟ ଏସପି ବରୁନ ଗୁଣ୍ଟାପଲି ସୂଚନା ଦେଇଛନ୍ତି । କେଣ୍ଡା ବୋରିଗି, ମଙ୍ଗଳପୁର ଏବଂ ଆତ୍ମକଣ୍ଡା ଜଙ୍ଗଲରେ ଗତ ଦୁଇଦିନ ଧରି ସୁରକ୍ଷାକର୍ମୀମାନେ ମାଓ ବିରୋଧୀ ଅପରେସନ ଚଳାଇଥିଲେ । ଜବତ ଅସ୍ତ୍ରଶସ୍ତ୍ର ବହୁଦିନ ପୂର୍ବରୁ ମାଟିରେ ପୋତା ଯାଇଥିବା ଅନୁମାନ କରାଯାଉଛି ।

Leave A Reply

Your email address will not be published.