Latest Odisha News

ମାଓବାଦୀଙ୍କୁ ମାଓ ସାମଗ୍ରୀ ଯୋଗାଣ ଅଭିଯୋଗ: ୩ ଗିରଫ, ୱକିଟକି ଓ ମୋବାଇଲ୍ ଜବତ

ଭବାନୀପାଟଣା: ମାସବାଦୀଙ୍କୁ ମାଓ ସାମଗ୍ରୀ ଅଭିଯୋଗରେ ଆଜି ନର୍ଲା ପୋଲିସ ୩ ଜଣଙ୍କୁ ଗିରଫ କରିଛି । ତାଙ୍କ ନିକଟରୁ ଦୁଇଟି ୱକିଟକି, ମୋବାଇଲ ଓ ଚାର୍ଜାର ଜବତ ମଧ୍ୟ ଜବତ ହୋଇଛି । ୩ ଅଭିଯୁକ୍ତଙ୍କୁ ପୋଲିସ ଅଟକ ରଖି ଅଧିକ ପଚରାଉଚରା ଜାରି ରଖିଛି ।

ସୂଚନା ଅନୁସାରେ, କଳାହାଣ୍ଡି ଜିଲ୍ଲାରେ ଦୀର୍ଘ ବର୍ଷ ଧରି ସକ୍ରିୟ ଥିବା ମାଓବାଦୀଙ୍କ ବଂଶଧାରା ଘୁମୁସର ନାଗାବଳୀ ଡିଭିଜନାଲ କମିଟିର ଗତିବିଧି ସାମାନ୍ୟ ହ୍ରାସ ପାଇଥିବାବେଳେ ଏବେ ବଲାଙ୍ଗୀର, କନ୍ଧମାଳ ସୀମାନ୍ତ ଦେଇ କଳାହାଣ୍ଡି ଜିଲ୍ଲାରେ ଧିରେଧିରେ ନିଜର ପତିଆରା ଜାହିର ପାଇଁ ଉଦ୍ୟମ ଆରମ୍ଭ କରିଦେଇଛି ମାଓବାଦୀଙ୍କ କେକେବିଏନ୍ ଡିଭିଜନ । ଏହି ଡିଭିଜନ ଦ୍ୱାରା ଖଞ୍ଜାଯାଇଥିବା ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ସାମ୍ବାଦିକ ରୋହିତ ବିଶ୍ୱାଳଙ୍କ ମୃତ୍ୟୁ ଘଟିଥିଲା । ଏହି ସଂଗଠନ ପାଇଁ ପାଣ୍ଠି ଯୋଗାଡ, ଅସ୍ତ୍ରଶସ୍ତ୍ର ଯୋଗାଡ ସହିତ ଯୋଗାଯୋଗ ଉପକରଣ ଯୋଗାଣରେ ସଂପୃକ୍ତ ଥିବା ଅଭିଯୋଗରେ ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ରୋଡ଼ରୁ ତିନିଜଣଙ୍କୁ ସନ୍ଦିଗ୍ଧ ମିଲିସିଆ ଭାବେ ଗିରଫ କରିଛି ନର୍ଲା ପୁଲିସ ।

ନର୍ଲା ପୁଲିସ କହିବା ଅନୁସାରେ, ଲାଞ୍ଜିଗଡ଼ରୋଡ଼ର ପ୍ରବୀଣ କୁମାର ରାଉତ ତାଙ୍କ ପୁଅ ଓ ଭଣଜାଙ୍କୁ ନକ୍ସଲ ସଂଗଠନକୁ ସମର୍ଥନ ସହିତ ଅସ୍ତ୍ରଶସ୍ତ୍ର ଯୋଗାଣ, ପାଣ୍ଠି ଯୋଗାଡ ଆଦି ଅଭିଯୋଗରେ ନର୍ଲା ପୁଲିସ ପକ୍ଷରୁ ତିନିଜଣଙ୍କୁ ଅଟକ ରଖି ପଚରାଉଚୁରା କରାଯିବା ପରେ ପ୍ରବୀଣ ରାଉତ ନକ୍ସଲ ସଂଗଠନ ସହିତ ସଂପର୍କ ରଖି ଜଣେ ମିଲିସିଆ ଭାବେ କାର୍ୟ୍ୟ କରୁଥିଲେ । ତେବେ ସେ ନିଜେ ନକ୍ସଲ ସଂଗଠନ ସହିତ ସଂପୃକ୍ତ ଥାଇପାରନ୍ତି କିନ୍ତୁ ତାଙ୍କ ପୁଅ ଓ ଭଣଜା ଏଥିରେ ସଂପୃକ୍ତ ଅଛନ୍ତି କି ନାହିଁ ତାହା ତଦନ୍ତ ପରେ ଜଣାପଡ଼ିବ । ଏନେଇ ନର୍ଲା ଥାନା ପକ୍ଷରୁ ସେମାନଙ୍କ ବିରୋଧରେ କେସ୍ ନଂ ୩୦ରେ ଏକ ମାମଲା ରୁଜୁ କରାଯାଇ ସେମାନଙ୍କଠାରୁ ଦୁଇଟି ୱାକିଟକି, ଚାର୍ଜର ଓ ମୋବାଇଲ ଜବତ କରାଯାଇଛି ।

କଳାହାଣ୍ଡି ଏସ୍ପି ଡ. ଶ୍ରବଣ ବିବେକ ଏମଙ୍କ ନିର୍ଦ୍ଦେଶରେ କେସିଙ୍ଗା ଏସଡିପିଓ ଅଭିନବ ସୋନକରଙ୍କ ତତ୍ତ୍ୱାବଧାନରେ ନର୍ଲା ଥାନାଧିକାରୀ ରେଣୁକା ସୁନା, ଏସ୍ଆଇ ବଂଶୀଧର ସାମଲ, ସିକେରକୁପା ଫାଣ୍ଡି ଅଧିକାରୀ ସୁବାସ କୁମାର ଗୁରୁଙ୍କ ସମେତ ପୁଲିସ କର୍ମଚାରୀମାନେ ତଦନ୍ତରେ ସାମିଲ ହୋଇଥିଲେ ।

Comments are closed.