Latest Odisha News

ମାଲକାନଗିରିରେ ପଞ୍ଚାୟତ ଅଫିସ୍ ଉଡାଇଲେ ମାଓବାଦୀ

ମାଲକାନଗିରି : ମାଲକାନଗିରି ଜିଲ୍ଲାର ମାଥିଲି ଥାନା ଅନ୍ତର୍ଗତ ଟିମୁରପାଲି ପଞ୍ଚାୟତ ଅଫିସକୁ ମାଓବାଦୀ ମାନେ ଶୁକ୍ରବାର ବିଳମ୍ବିତ ରାତିରେ ବିସ୍ଫୋରଣ କରି ଉଡ଼ାଇ ଦେଇଛନ୍ତି।

ମିଳିଥିବା ସୂଚନାନୁଯାୟୀ ଗତକାଲି ରାତିରେ ପାଖାପାଖି ୩୦ରୁ ୪୦ ଜଣ ସଶସ୍ତ୍ର ମାଓବାଦୀ ଆସି ବିସ୍ଫୋରଣ କରି ପଞ୍ଚାୟତ ଅଫିସକୁ ଉଡ଼ାଇ ଦେଇଥିଲେ।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପାରପାଶ୍ୱର୍ିକ ସ୍ଥିତି ପରଖିବା ସହ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

ତେବେ ଏହି ଘଟଣା ପରେ ସମ୍ପୃକ୍ତ ଅଞ୍ଚଳରେ ତଲାସୀ ଅଭିଯାନକୁ ଜୋରଦାର କରାଯାଇଛି ।

Comments are closed.