Latest Odisha News

BREAKING NEWS

କେନ୍ଦୁଝର: ହାତୀ ଆକ୍ରମଣରେ ୨ ମୃତ

କେନ୍ଦୁଝର : କେନ୍ଦୁଝର ଜିଲ୍ଲାର ଦୁଇଟି ଭିନ୍ନଭିନ୍ନ ଗ୍ରାମରେ ଶନିବାର ଦିନ ଏକ ହାତୀ ଆକ୍ରମଣରେ ୨ ଜଣଙ୍କର ମୃତ୍ୟୁ ଘଟିଛି ।

ମୃତକଙ୍କ ନାମ ଜଗା ମଲ୍ଲିକ (୫୨) ଏବଂ ସେ ନୂଆରଗୋଡି ଗ୍ରାମର ବାସିନ୍ଦା ହୋଇଥିବାବେଳେ ଅନ୍ୟଜଣେ କାନପୁର ଗାମର ସଞ୍ଜୁଲତା ରାଉତ ବୋଲି ଜଣାପଡିଛି ।

ମିଳିଥିବା ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ଜଗା ଓ ତାଙ୍କ ପୁଅ ଘରକୁ ଫେରୁଥିବାବେଳେ ଦୁର୍ଭାଗ୍ୟବଶତଃ ସେମାନେ ହାତୀ ଆକ୍ରମଣର ଶିକାର ହୋଇଥିଲେ । ପରେ ଗୁରୁତର ଅବସ୍ଥାରେ ସେମାନଙ୍କୁ ମେଡିକାଲ ନିଆଯାଉଥିôବାବେଳେ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା ।

ସେହିପରି ଅନ୍ୟ ଏକ ଘଟଣାରେ ସଞ୍ଜୁଲତା ନାମ୍ନୀ ଜନୈକ ମହିଳା ମଧ୍ୟ ସାଳନ୍ଦୀ ନଦୀ ନିକଟରେ ଥିବା ନିଜ ଆମ୍ବ ବଗିଚାକୁ ଯାଇଥିବାବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ ।

ତେବେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡିଛି ।

Leave A Reply

Your email address will not be published.