Latest Odisha News

ମାଓବାଦୀ ଓ ସୁରୁକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ; ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ

ମାଲକାନଗିରି: ଆନ୍ଧ୍ର-ଓଡିଶା ସୀମାନ୍ତରେ ଗୁରୁବାର ଦିନ ମାଓବାଦୀ ଓ ସୁରୁକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି।

ପ୍ରାପ୍ତ ସୂଚନାନୁଯାୟୀ ଆଜି ସକାଳେ ଆନ୍ଧ୍ର-ଓଡିଶା ସୀମା ସ୍ୱାଭିମାନ ଅଞ୍ଚଳର ଗୁରସେତୁ ଠାରେ ପୋଲିସ ପକ୍ଷରୁ ମିଳିତ ଭାବେ ସର୍ଚ୍ଚ ଅପରେସନ୍ ଆରମ୍ଭ କରାଯାଇଥିଲା । ଜିଲ୍ଲା ପୋଲିସ ଡିଭିଏଫ (ଡିଷ୍ଟ୍ରିକ୍ଟ ଭଲ୍ୟୁଣ୍ଟାରୀ ଫୋର୍ସ) ଓ ଏସ୍ଓଜି (ସ୍ପେଶାଲ ଅପରେସନ ଗ୍ରୁପ) ଯବାନ ମାନେ ମିଳିତ ଭାବେ ଚଢାଉ କରିଥିଲେ।

ଏହି ସର୍ଚ୍ଚ ଅପରେସନ ମାଲକାନଗିରି ଏସପିଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିଲା।

ତେବେ ଗୁଳି ବିନିମୟ ବେଳେ ମାଓବାଦୀମାନେ ଖସି ପଳାଇ ଯାଇଥିବା ବେଳେ ଉକ୍ତ ସ୍ଥାନରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଥିବା ସୂଚନା ମିଳିଛି ।

Comments are closed.