Latest Odisha News

BREAKING NEWS

ସୁନ୍ଦର ଚିତ୍ରକଳାରେ ସଜେଇ ହେଉଛି ସିଲଭରସିଟି କଟକ

ସିଲଭରସିଟି କୁ ସରସ ସୁନ୍ଦର କରିବା ପାଇଁ କଟକ ମହାନଗର ନିଗମର ଅଭିନବ ପ୍ରୟାସ । କଟକ ସହରର ବିଭିନ୍ନ ଫ୍ଲାଇ ଓଭର ଗୁଡିକରେ କଟକ ଓ ଓଡ଼ିଶାର ସଂସ୍କୃତି କୁ ଚିତ୍ରିତ କରାଯାଉଛି।

ଭାଇଚାରାର ସହର କଟକ କୁ ସବୁବେଳେ ସୁନ୍ଦର କରିବା ପାଇଁ କଟକିଆ ମାନେ ସବୁବେଳେ ଦାବି କରି ଆସିଛନ୍ତି। ଏହି ସମୟରେ କଟକ ମହାନଗର ନିଗମ ଆଣିଛି ଅଭିନବ ପ୍ରୟାସ। ଯାହାକୁ ସହଯୋଗ ର ହାତ ବଢ଼ାଇଛି ଓଡିଶା ମାଇନିଂ କର୍ପୋରେସନ । ସିଲଭରସିଟିର ପ୍ରମୁଖ ଓଭର ବ୍ରିଜଗୁଡିକୁ ନୂଆ ଲୁକ ଦେବା ପାଇଁ ଜାରି ରହିଛି ପ୍ରୟାସ ।

ତୁଳି ସାହାଯ୍ୟରେ ଓଡ଼ିଶାର ପୁରାତନ ସଂସ୍କୃତି କୁ ପୁନର୍ଜିବିତ କରୁଛନ୍ତି ଚିତ୍ରକାର। ରଙ୍ଗ ବେରଙ୍ଗ ଚିତ୍ର ରେ ସଜେଇ ହେଉଛି ଓଭର ବ୍ରିଜ। କଟକ ମହାନଗର ନିଗମର କମିଶନର ଅନନ୍ୟା ଦାସ କହିଛନ୍ତି କି ପୂର୍ବରୁ କ୍ରିକେଟ ମ୍ୟାଚ ସମୟରେ ଏହାର ଶୁଭାରମ୍ଭ କରାଯାଇଥିଲା କିନ୍ତୁ କରୋନା ଆଉ ଲକଡାଉନ ପାଇଁ କିଛିମାସ ଏହି କାର୍ଯ୍ୟ ବନ୍ଦ ପଡିଥିଲା । କିନ୍ତୁ ପୁଣି ଏହା ଉପରେ ଗୁରୁତ୍ୱ ଦିଆଯାଇଛି ଓ ଏମ୍ପନେଲ ପ୍ରୋସେସରେ ଉତ୍ତୀର୍ଣ୍ଣ ହୋଇଥିବା ସେହି ଚିତ୍ରକାର ମାନଙ୍କର ମାଧ୍ୟମରେ ପୁରାତନ ସଂସ୍କୃତିକୁ ଫ୍ଲାଏ ଓଭର ଗୁଡିକରେ ଚିତ୍ରିତ କରାଯାଉଛି। ଚିତ୍ର ମାଧ୍ୟମରେ ବିଶେଷକରି ପୁରାତନ କଟକର ସଂସ୍କୃତିକୁ ଲୋକାଭିମୁଖୀ କରିବାର ଲକ୍ଷ ରଖାଯାଇଛି।

Leave A Reply

Your email address will not be published.