Latest Odisha News

BREAKING NEWS

Naxal Encounter: ଏହି ଜିଲ୍ଲାରେ ଦେଖାଦେଇଛି ମାଓ ଗତିବିଧି… ଜଙ୍ଗଲରେ ସୁରକ୍ଷାକର୍ମୀ -ମାଓବାଦୀ ମୁହାଁମୁହିଁ

କନ୍ଧମାଳ:କିଛିଦିନର ନୀରବତା ପରେ କନ୍ଧମାଳ ଜିଲ୍ଲାରେ ମାଓ ଗତିବିଧି ଦେଖାଦେଇଛି ।ଶୁକ୍ରବାର କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ ପୋଲିସ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିବା ସୂଚନା ରହିଛି । ଜଙ୍ଗଲରେ କମ୍ବିଂ ଅପରେସନ ସମୟରେ ପୋଲିସ ଓ ମାଓବାଦୀ ମୁହାଁମୁହିଁ ହୋଇଥିଲେ। ପୋଲିସ ଗୁଳିରେ ମାଓବାଦୀ ଜଙ୍ଗଲରୁ ଛତ୍ରଭଙ୍ଗ ଦେଇଛନ୍ତି ।

ସୂଚନାନୁସାରେ, ସୁରକ୍ଷାକର୍ମୀଙ୍କୁ ଗୁପ୍ତ ସୂଚନା ପାଇଥିଲେ ଜଙ୍ଗଲରେ ମାଓବାଦୀଙ୍କ ବଡ଼ କ୍ୟାମ୍ପ ଚାଲିଛି । ସୂଚନା ପାଇ କମ୍ବିଂ କରିଥିଲେ SOG ଓ CRPF ଯବାନ । ପୋଲିସକୁ ଦେଖି ମାଓବାଦୀମାନେ ଗୁଳି ଚଳାଇଥିଲେ। ଯାହାଫଳରେ ପୋଲିସ ପକ୍ଷରୁ କଡା ଜବାବ ଦିଆଯାଇଥିଲା।

ବନ୍ଧୁକ ସହ ବହୁ ପରିମାଣର ଆଇଇଡି ଜବତ କରିଛନ୍ତି ସୁରକ୍ଷାକର୍ମୀ ।

Leave A Reply

Your email address will not be published.