Latest Odisha News

BREAKING NEWS

ଇତିହାସ ରଚିବା ଅପକ୍ଷାରେ ଇସ୍ରୋ, ଆଜି ମହାକାଶକୁ ଯିବ ଚନ୍ଦ୍ରଯାନ-୨

ଶ୍ରୀହରିକୋଟା : ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ପକ୍ଷରୁ ଚନ୍ଦ୍ରାୟନ-୨ର ଉତକ୍ଷେପଣ ଲାଗି ପୁଣିଥରେ କାଉଣ୍ଟଡାଉନ୍ ଆରମ୍ଭ ହୋଇଯାଇଛି । ପୂର୍ବରୁ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏହି କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଥିଲା।

ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ସ୍ପେଶ ସେଣ୍ଟରରୁ ଜୁଲାଇ ୨୨ ତାରିଖ (ସୋମବାର) ଅପରାହ୍ନ ୨ଟା ୪୩ ମିନିଟ ସମୟରେ ଚନ୍ଦ୍ରାୟନ-୨ ଉତକ୍ଷେପଣ କରାଯିବ।

ଏନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଥିବା ବେଳେ ଏହାର ଉତକ୍ଷେପଣ ଦେଖିବା ଲାଗି ଲୋକଙ୍କ ଭିଡ ଲାଗିରହିଛି ।

ତେବେ ଚନ୍ଦ୍ରାୟନ-୨ର ଉତକ୍ଷେପଣ ଲାଗି ସମସ୍ତ ପ୍ରକାର ପ୍ରସ୍ତୁତି ସରିଛି ଏବଂ ସବୁ କିଛି ଯୋଜନା ମୁତାବକ ହେଉଛି ବୋଲି ଇସ୍ରୋ ପକ୍ଷରୁ ସୂଚନା ମିଳିଛି ।

ଚନ୍ଦ୍ରଯାନ-୨କୁ ମହାକାଶକୁ ନେବ GSLV-Mk III ରକେଟ୍ । ଏହା ଭାରତର ବାହୁବଳୀ ରକେଟ୍ । ଏବେସୁଦ୍ଧା ଦେଶରୁ ଉତକ୍ଷେପଣ ହୋଇଥିବା ସବୁ ରକେଟ୍ ଠାରୁ ଏହା ଶକ୍ତିଶାଳୀ । ଏହାର ଓଜନ ୩.୮ ଟନ୍ ହେବ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ପ୍ରଥମଥର ଲାଗି ୨୦୦୮ରେ ଚନ୍ଦ୍ର କକ୍ଷପଥରେ ପଶିଥିଲା ଚନ୍ଦ୍ରଯାନ-୧ । ଏହାର ୧୧ବର୍ଷ ପରେ ମିଶନ ଚନ୍ଦ୍ରଯାନ-୨ ନିଜ ଯାତ୍ରା ଆରମ୍ଭ କରିବ । ଏଥର ୫୨ଦିନ ଯାତ୍ରା ପରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଓହ୍ଲାଇବ ଚନ୍ଦ୍ରଯାନ ଆଉ ଖୋଜିବ ପୃଥିବୀ ସୃଷ୍ଟିର ରହସ୍ୟ । ଚନ୍ଦ୍ରରେ ପାଣିର ସନ୍ଧାନ କରିବା ସହ ମହାକାଶ ଗବେଷଣା କ୍ଷେତ୍ରରେ ନୂଆ ଇତିହାସ ରଚିବ ଭାରତ । ଚନ୍ଦ୍ରପୃଷ୍ଠକୁ ଯାନ ପଠାଇବାରେ ଆମେରିକା, ରୁଷିଆ ଏବଂ ଚୀନ ପରେ ଭାରତ ପାଲଟିଯିବ ୪ର୍ଥ ଦେଶ ।

Leave A Reply

Your email address will not be published.