Latest Odisha News

BREAKING NEWS

ଶାହାଙ୍କ ବସ୍ତର ଗସ୍ତ ପୂର୍ବରୁ ସ୍ୱର ବଦଳାଇଲେ ମାଓବାଦୀ; ଶାନ୍ତି ଆଲୋଚନା ପାଇଁ ଦେଲେ ପ୍ରସ୍ତାବ

ମାଲକାନଗିରି: କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଦେଶରେ ମାଓବାଦୀଙ୍କ ଦମନ କରିବା ପାଇଁ ନିର୍ଦ୍ଦେଶ ଦେବା ପରେ କେନ୍ଦ୍ରୀୟ ସଶସ୍ତ୍ର ବାହିନୀ ପକ୍ଷରୁ କମ୍ବିଂ ଅପରେସନ ଜୋରଦାର କରାଯାଇଛି। ଫଳରେ ଗତ କିଛିଦିନ ମଧ୍ୟରେ ଅନେକ ମାଓବାଦୀ ନିହତ ହେଲେଣି। ଅନେକ ଆତ୍ମସମର୍ପଣ କରିସାରିଛନ୍ତି । ଏଭଳି ପରିସ୍ଥିତିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ବସ୍ତ୍ରର ଗସ୍ତ କରିବାକୁ ଯାଉଛନ୍ତି।

ତେବେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ବସ୍ତର ଗସ୍ତ ପୂର୍ବରୁ ହଠାତ୍ ବଦଳିଯାଇଛି ମାଓବାଦୀଙ୍କ ସ୍ୱର । ଯେଉଁମାନେ ସରକାରଙ୍କ ବିରୋଧରେ ସଂଗ୍ରାମ ଆରମ୍ଭ କରିଥିଲେ, ସେମାନେ ଏବେ ଶାନ୍ତି ଆଲୋଚନା ପାଇଁ ପ୍ରେସ୍‌ ବିଜ୍ଞପ୍ତି ଜାରି କରିଛନ୍ତି ।

ମାଓବାଦୀ ସଂଗଠନ ସିପିଆଇ (ମାଓବାଦୀ) କେନ୍ଦ୍ରୀୟ କମିଟି ପକ୍ଷରୁ ପ୍ରେସ୍‌ ବିଜ୍ଞପ୍ତି ଜାରି କରି ଏହି ଅପିଲ୍ କରାଯାଇଛି। ପୂର୍ବରୁ ମଧ୍ୟ ଆଲୋଚନା ପାଇଁ ଇଚ୍ଛା ପ୍ରକାଶ କରିଥି‍ବା ଏଥିରେ ଜଣାଇଛନ୍ତି। ଏଥିସହିତ ସଶସ୍ତ୍ର ବାହିନୀର ନୂଆ ଶିବିର ସ୍ଥାପନ ବନ୍ଦ ପାଇଁ ସର୍ତ୍ତ ରଖିଛନ୍ତି ମାଓ ସଂଗଠନ। ସାମରିକ କାର୍ଯ୍ୟାନୁଷ୍ଠାନ ବନ୍ଦ ପାଇଁ ମଧ୍ୟ ଦାବି କରିଛନ୍ତି । ଏଥି ସହିତ ସରକାର ମାନିଲେ ମାଓବାଦୀ ଯୁଦ୍ଧବିରତି ଘୋଷଣା କରିବେ ସୂଚନା ଦେଇଛନ୍ତି।

ତେବେ ମାଓବାଦୀଙ୍କ ଶାନ୍ତି ବାର୍ତ୍ତାର ପ୍ରସ୍ତାବରେ ସରକାର କି ଉତ୍ତର ରଖୁଛନ୍ତି ଦେଖିବାକୁ ବାକି ରହିଲା।

 

Comments are closed.