Latest Odisha News

BREAKING NEWS

ବିରଳ ଚକ୍ଷୁ ଚିକିତ୍ସା: କ୍ୟାପିଟାଲ ହସ୍ପିଟାଲରେ ଶତାୟୁଙ୍କ ସଫଳ ମୋତିଆବିନ୍ଦୁ ଅସ୍ତ୍ରୋପଚାର

ଭୁବନେଶ୍ୱର : ଚକ୍ଷୁ ଚିକିତ୍ସା କ୍ଷେତ୍ରରେ କ୍ୟାପିଟାଲ ହସ୍ପିଟାଲ ବିରଳ ରେକର୍ଡ଼ କରିଛି । ଶହେ ବର୍ଷରୁ ଅଧିକ ଜଣେ ବୃଦ୍ଧଙ୍କ ଚକ୍ଷୁରେ ସଫଳତାର ସହିତ ମୋତିଆ ବିନ୍ଦୁ ଅସ୍ତ୍ରୋପଚାର କରାଯାଇପାରିଛି । ପୁରୀ ଜିଲ୍ଲା ସତ୍ୟବାଦୀ ଅନ୍ତର୍ଗତ ଡୁଗଲ ଗ୍ରାମର ଜୟକୃଷ୍ଣ ମିଶ୍ରଙ୍କ ଚକ୍ଷୁରେ କ୍ୟାପିଟାଲ ହସ୍ପିଟାଲରେ ଚକ୍ଷୁ ବିଶେଷଜ୍ଞ ଡ଼ାଃ ଅଶ୍ୱିନୀ ମେହେର୍ଦ୍ଦା ଓ ତାଙ୍କ ଟିମ୍ ଏହି ଅସ୍ତ୍ରୋପଚାର କରିଛନ୍ତି ।

 

ଶ୍ରୀ ମିଶ୍ରଙ୍କ ଦୁଇଟି ଆଖିରେ ମୋତିଆ ବିନ୍ଦୁ ହୋଇଥିବାରୁ ସେ ଆଦୌ ଦେଖି ପାରୁନଥିଲେ । ଆଖିରେ ଖୁବ୍ କମ ଦେଖାଯାଉଥିବା ଯୋଗୁଁ ବର୍ଷକ ପୂର୍ବରୁ କ୍ୟାପିଟାଲ ହସ୍ପିଟାଲ ଆସି ଅପରେସନ ହୋଇନପାରିବାରୁ ଫେରି ଯାଇଥିଲେ । ତାଙ୍କ ପିଠିରେ କୂଜ ଥିବାରୁ ସେ ସିଧା ଶୋଇପାରୁନଥିଲେ । ଆଖି ଅପରେସନ ସମୟରେ ପିଠି ଦେଇ ସିଧା ଶୋଇବା ଜରୁରୀ ଥିଲା ।

ଏହି ଅପରେସନ କ୍ୟାପିଟାଲ ହସ୍ପିଟାଲର ଚକ୍ଷୁ ବିଶେଷଜ୍ଞ ଡ଼ାଃ ଅଶ୍ୱିନୀ ମେହେର୍ଦ୍ଦାଙ୍କ ଲାଗି ଏକ ଚ୍ୟାଲେଞ୍ଜ ସଦୃଶ ଥିଲା । ଏହି ଜଟିଳ ଅପରେସନକୁ ଡ଼ାଃ ଅଶ୍ୱିନୀ ଓ ତାଙ୍କ ଟିମ୍ ମାତ୍ର ୫ ମିନିଟ ମଧ୍ୟରେ ସଫଳତାର ସହିତ ଶେଷ କରିଥିଲେ । ଆଉ ୧୫ ଦିନ ପରେ ତାଙ୍କ ବାମ ଆଖିରେ ଅପରେସନ କରାଯିବାର ସ୍ଥିର ହୋଇଛି । ଅପରେସନ ହୋଇଥିôବା ଶତାୟୁ ବ୍ୟକ୍ତିଙ୍କର ବୟସ ତାଙ୍କର ଭୋଟର କାର୍ଡ଼ରୁ ୧୦୧ ବର୍ଷ ବୋଲି ଜଣାପଡ଼ିଛି ।

Leave A Reply

Your email address will not be published.