Latest Odisha News

BREAKING NEWS

ପୋଲିସ-ମାଓବାଦୀ ଗୁଳି ବିନିମୟ, ଛତ୍ରଭଙ୍ଗ ଦେଲେ ମାଓବାଦୀ

ବୌଦ୍ଧ: ପୁଣି ବୌଦ୍ଧରେ ପୋଲିସ-ମାଓବାଦୀ ଗୁଳି ବିନିମୟ । ପୋଲିସର ସର୍ଚ୍ଚ ଅପରେସନ ବେଳେ ଗୁଳି ବିନିମୟ । ବୌଦ୍ଧ-କନ୍ଧମାଳ ସୀମାନ୍ତ ନଳୀକୁମ୍ପା ଜଙ୍ଗଲରେ ମାଓବାଦୀ ଏବଂ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଛନ୍ତି । ପ୍ରାୟ ଏକ ଘଣ୍ଟା ଧରି ଉଭୟ ପକ୍ଷରୁ ଗୁଳି ବିନିମୟ ହୋଇଥିଲା । ଗୋଟିଏ ମାଓ କ୍ୟାମ୍ପ ଧ୍ୱଂସ କରିଛନ୍ତି ସୁରକ୍ଷାକର୍ମୀ । ଏହାପରେ ଘଟଣାସ୍ଥଳରୁ ୨୫ରୁ ୩୦ ମାଓବାଦୀ ଛତ୍ରଭଙ୍ଗ ଦେଇଛନ୍ତି । ତେବେ ଘଟଣାସ୍ଥଳରୁ ଅନେକ ଲ୍ୟାଣ୍ତମାଇନ୍ ସହ ବନ୍ଧୁକ ଓ ବିପୁଳ ବିସ୍ଫୋରକ ସାମାଗ୍ରୀ ଜବତ କରିଛନ୍ତି ସୁରକ୍ଷାକର୍ମୀ ।

ସୂଚନା ଅନୁସାରେ, ନଳୀକୁମ୍ପା ଜଙ୍ଗଲରେ କିଛି ମାଓବାଦୀ ଲୁଚି ରହିଥିବା ପୁଲିସକୁ କୌଣସି ବିଶେଷ ସୂତ୍ରରୁ ଖବର ମିଳିଥିଲା । ଏହାପରେ ପୁଲିସ ସର୍ଚ୍ଚ ଅପରେସନ୍ କରିଥିଲା । ଏହି ସମୟରେ ପୁଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଗୁଳି ବିନିମୟ ପରେ ୨୫ରୁ ୩୦ ମାଓବାଦୀ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ସେପଟେ ଜଙ୍ଗଲରୁ ଠାବ ହୋଇଥିବା ଏକ ମାଓ କ୍ୟାମ୍ପକୁ ଧ୍ବଂସ କରି ସେଠାରୁ ଲ୍ୟାଣ୍ଡମାଇନ୍ , ବନ୍ଧୁକ ସହ ବିପୁଳ ବିସ୍ଫୋରକ ସାମଗ୍ରୀ ଜବତ କରିଛନ୍ତି ସୁରକ୍ଷାକର୍ମୀ ।

ସୂଚନାଯୋଗ୍ୟ ଯେ, ଗତ କିଛିଦିନ ପୂର୍ବରୁ ମନମୁଣ୍ତା ଥାନା ଶଗଡ଼ା ଫାଣ୍ତି ଅନ୍ତର୍ଗତ ନଳୀକୁମ୍ପା ଜଙ୍ଗଲରେ ପୋଲିସ-ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ପ୍ରାୟ ଦେଢ ଘଣ୍ଟା ଧରି ଉଭୟ ପକ୍ଷରୁ ଗୁଳି ବିନିମୟ ହୋଇଥିଲା ।

 

Leave A Reply

Your email address will not be published.