Latest Odisha News

BREAKING NEWS

ମା’ ଦୁର୍ଗା ଓ କାଳୀଙ୍କ ଉପାସକ ଥିଲେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ଦାର୍ଜିଲିଂରୁ ପତ୍ନୀଙ୍କୁ ଦେଇଥିଲେ ବିଜୟାଦଶମୀର ଶୁଭେଚ୍ଛା

ଭୁବେନଶ୍ଵର: ପ୍ରତିବର୍ଷ ୨୩ ଜାନୁଆରୀରେ ପାଳନ କରାଯାଏ ସ୍ୱାଧୀନତା ସଂଗ୍ରାମୀ ତଥା ବୈପ୍ଳବିକ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମ ବାର୍ଷିକୀ | ନେତାଜୀଙ୍କ ପୁରା ଜୀବନ ସାହସ ଏବଂ ପରାକ୍ରମର କାହାଣୀ ଅଟେ | ଦେଶକୁ ଇଂରେଜଙ୍କ କବଳରୁ ମୁକ୍ତ କରିବା ପାଇଁ ସେ ଏପରି ସ୍ଲୋଗାନ ଦେଇଥିଲେ ଯାହା ପ୍ରତ୍ୟକ ଭାରତୀୟଙ୍କ ହୃଦୟରେ ସ୍ୱାଧୀନତା ପାଇଁ ଜଲୁଥିବା ନିଆଁରେ ଘିଅ ଢାଳିବାର କାମ କରିଥିଲା । ତେଣୁ ପ୍ରତିବର୍ଷ ନତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମ ବାର୍ଷିକୀକୁ ପରାକ୍ରମ ଦିବସ ଭାବରେ ପାଳନ କରାଯାଏ।

ସୁଭାଷ ଚନ୍ଦ୍ର ବୋଷଙ୍କ ଜୀବନର ଗୋଟିଏ ପାର୍ଶ୍ୱ ରାଜନୀତି ଏବଂ ସ୍ୱାଧୀନତା ସଂଗ୍ରାମ ସହ ଜଡିତ ଥିବାବେଳେ ଅନ୍ୟ ପାର୍ଶ୍ୱ ଆଧ୍ୟାତ୍ମିକତା ସହ ଜଡିତ ଥିଲା । ସୁଭାଷ ଚନ୍ଦ୍ର ବୋଷ ଯେଉଁ ଜିନିଷ ସବୁବେଳେ ତାଙ୍କ ପାଖରେ ରଖୁଥିଲେ ସେଥି ମଧ୍ୟରୁ ଭଗବତ୍ ଗୀତା ଥିଲା ଅନ୍ୟତମ । ସେ ଏହାକୁ ପ୍ରତିଦିନ ପାଠ କରୁଥିଲେ ଏବଂ ସେହି ଅନୁଯାୟୀ କାମ କରୁଥିଲେ | ଲିଓନାର୍ଡ ଗାର୍ଡେନ୍ ତାଙ୍କ ପୁସ୍ତକ “ବ୍ରଦର୍ସ ଅଙ୍ଗେଷ୍ଟ ଦି ରାଜ” ରେ କହିଛନ୍ତି ଯେ, ଯଦିଓ ସୁଭାଷ ଚନ୍ଦ୍ର ବୋଷ ଧର୍ମ ଉପରେ କୌଣସି ବିବୃତ୍ତି ଦେଇନାହାଁନ୍ତି କିନ୍ତୁ ହିନ୍ଦୁ ଧର୍ମ ତାଙ୍କ ପାଇଁ ଭାରତୀୟତାର ଏକ ଅଂଶ ଥିଲା । ଗାର୍ଡେନ୍ ତାଙ୍କ ପୁସ୍ତକରେ ଲେଖିଛନ୍ତି ଯେ, ସୁଭାଷ ଚନ୍ଦ୍ର ବୋଷଙ୍କ ମାତା ଦେବୀ ଦୁର୍ଗା ଏବଂ କାଳୀଙ୍କ ଭକ୍ତ ଥିଲେ, ଯେଉଁଥିରୁ ନେତାଜୀ ମଧ୍ୟ ଅନୁପ୍ରାଣିତ ହୋଇଥିଲେ । ନେତାଜୀ କାଳୀ ମାଙ୍କର ଜଣେ ଭକ୍ତ ହେବା ସହ ସେ ତନ୍ତ୍ର ସାଧନା ଉପରେ ମଧ୍ୟ ବିଶ୍ୱାସ କରୁଥିଲେ।

ଯେତେବେଳେ ନେତାଜୀ ମିଆଁମାରର ମଣ୍ଡେଲା ଜେଲରେ ଥିଲେ, ସେତେବେଳେ ସେ ତନ୍ତ ମନ୍ତ୍ର ସମ୍ବନ୍ଧୀୟ ଅନେକ ପୁସ୍ତକ ପଢୁଥିଲେ । ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ଧର୍ମ ପ୍ରତି ଆସ୍ଥା ଥିଲା । କିନ୍ତୁ ତା’ସହ ସୁଭାଷ ଏହା ମଧ୍ୟ କହୁଥିଲେ ଯେ, ନିଜ ଧର୍ମ ପ୍ରତି ବିଶ୍ଵାସ ରଖ କିନ୍ତୁ ତା’ସହ ଅନ୍ୟ ଧର୍ମକୁ ମଧ୍ୟ ସମ୍ମାନ ଦିଅ । ଏବଂ ସମସ୍ତ ଧର୍ମକୁ ସାଙ୍ଗରେ ନେଇ ଅଗ୍ରସର ହୁଅ । ତେଣୁ, ଯେତେବେଳେ ବି କଥା ଦେଶର ହିତ କିମ୍ବା କୌଣସି ଅଭିଯାନ କି ସ୍ଵାଧୀନତା ପାଇଁ ଲଢେଇ ହୁଏ ସେତେବେଳେ ନେତାଜୀ ପ୍ରତ୍ୟେକ ଧର୍ମର ଲୋକଙ୍କୁ ସାଙ୍ଗରେ ନେଇ ଚାଲୁଥିଲେ ।

ସୁଭାଷ ଚନ୍ଦ୍ର ବୋଷ ପ୍ରତିବର୍ଷ କୋଲକାତାରେ ଦୁର୍ଗା ପୂଜା ଆୟୋଜନକୁ ଉତ୍ସାହର ସହିତ ଅପେକ୍ଷା କରୁଥିଲେ। ସେ ଜେଲରେ ହେଉ କିମ୍ବା ସାଧାରଣ ଜୀବନରେ ହେଉ, ସେ ଏହି ଅବସରରେ ଧୁମ୍ ଧାମ୍ ର ସହ ପୂଜା ଆୟୋଜନ କରୁଥିଲେ | ୯ ନଭେମ୍ବର ୧୯୩୬ରେ, ନେତାଜୀ ତାଙ୍କ ପତ୍ନୀ ଏମିଲି ସେଙ୍କଲଙ୍କୁ ଦାର୍ଜିଲିଂରୁ ଏକ ଚିଠି ଲେଖି ତାଙ୍କୁ ବିଜୟାଦଶମୀର ଶୁଭେଚ୍ଛା ଜଣାଇଥିଲେ । ସେ ଚିଠିରେ ଲେଖିଥିଲେ ଯେ-

ଆମର ସବୁଠୁ ବଡ ପର୍ବ ଦୁର୍ଗା ପୂଜା ଶେଷ ହୋଇଛି । ମୁଁ ତୁମକୁ ବିଜୟା ଦଶମୀ ପାଇଁ ଶୁଭେଚ୍ଛା ଜଣାଉଛି | ଏଥିରୁ ଏହା ଜଣାପଡେ ଯେ, ଦୁର୍ଗା ପୂଜା ସମଗ୍ର ବୋଷ ପରିବାର ଏବଂ ନେତାଜୀଙ୍କ ପାଇଁ ସବୁଠାରୁ ବଡ ପୂଜା ଥିଲା | ଯେତେବେଳେ ନେତାଜୀ ତାଙ୍କ ମା, ଭଉଣୀ ଏବଂ ଭାଉଜଙ୍କୁ ଚିଠି ଲେଖୁଥିଲେ, ସେତେବେଳେ ସେ ‘ମା ଦୁର୍ଗା ସଦା ସହାୟ’ ଲେଖି ଚିଠି ଆରମ୍ଭ କରୁଥିଲେ। ଏଥିରୁ ଜାଣା ପଡେ ଯେ, ମା ଦୁର୍ଗାଙ୍କ ପ୍ରତି ନେତାଜୀଙ୍କ ବିଶେଷ ଶ୍ରଦ୍ଧା ଏବଂ ଭକ୍ତି ଥିଲା।

 

Leave A Reply

Your email address will not be published.