Latest Odisha News

BREAKING NEWS

ଭବାନୀପାଟଣା ମେଡିକାଲ କଲେଜରେ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଗଲେ ରୋଗୀ

ଭବାନୀପାଟଣା: ଭବାନୀପାଟଣା ମେଡିକାଲ କଲେଜରେ ଅଗ୍ନିକାଣ୍ଡ । ଭବାନୀପାଟଣା ସହିଦ ରେଣ୍ଡୋ ମାଝୀ ସରକାରୀ ମେଡିକାଲ କଲେଜରେ ନିଆଁ ଲାଗିଯାଇଛି । ରାତି ପ୍ରାୟ ୧୨ଟା ବେଳେ ସ୍ତ୍ରୀ ପ୍ରସୂତି ଓ ଶିଶୁ ବିଭାଗ ବିଲ୍ଡିଂର ଚତୁର୍ଥ ମହଲାରେ ନିଆଁ ଲାଗିଥିଲା । ତେବେ ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ବେଳେ ରୋଗୀଙ୍କ କିଛି କ୍ଷତି ହୋଇନଥିବା ଜଣାପଡ଼ିଛି ।

ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ୧୨.୩୦ ବେଳକୁ ଏମସିଏଚ ବିଲ୍ଡିଙ୍ଗର ଚତୁର୍ଥ ମହଲାରେ ଥିବା ଶିଶୁ ୱାର୍ଡରେ ନିଆଁ ଲାଗିଥିଲା । ଖବର ପାଇ ଅଗ୍ନିଶମ ବିଭାଗର ୩୦ଜଣିଆ ଟିମ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲା । ସମସ୍ତ ରୋଗୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ବେଳେ ଶିଶୁମାନଙ୍କୁ ତଳ ମହଲାରେ ରଖାଯାଇଛି । କଳାହାଣ୍ଡି ଏସପି ଓ ଜିଲ୍ଲାପାଳ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିର ସମୀକ୍ଷା କରିଛନ୍ତି । ତେବେ ସର୍ଟସର୍କିଟ ଯୋଗୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି ।

Leave A Reply

Your email address will not be published.