Latest Odisha News

BREAKING NEWS

ଲାଲଗଡ଼ରେ ଲାଲବାହିନୀର ଲଙ୍କାକାଣ୍ଡ : ଜାଳିଦେଲେ ୯ଟି ମେସିନ

ରାୟଗଡ଼ା : ଗତ କିଛିଦିନର ବ୍ୟବଧାନ ପରେ ପୁଣି ସକ୍ରିୟ ହୋଇ ଉଠିଛି ଲାଲବାହିନୀ । ଲାଲଗଡ଼ରେ ପୁଣି ଆତଙ୍କ ଖେଳାଇଲା ଲାଲବାହିନୀର ଲଙ୍କାକାଣ୍ଡ । ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଥାନା ଦେଓକୁପୁଲି ଛକ ନିକଟରେ ଥିବା କ୍ରସରରେ ଆତଙ୍କ ଖେଳାଇଛନ୍ତି ଲାଲବାହିନୀ । କ୍ରସରରେ ଥିବା ମୋଟ ୯ଟି ମେସିନ ଜାଳିଦେଲେ ମାଓବାଦୀ ।

ଖବର ଅନୁଯାୟୀ, ଦେଓକୁପୁଲି ଛକ ନିକଟରେ ଥିବା କ୍ରସରରେ ଗତକାଲି ରାତିରେ ୧୦ରୁ ଅଧିକ ମାଓବାଦୀ ଆସି ଏହି ଭଳି କାଣ୍ଡ ଭିଆଇଛନ୍ତି । କ୍ରସର କର୍ମଚାରିଙ୍କ ଠାରୁ ମୋବାଇଲ ଛଡ଼ାଇ ନବା ସହ କ୍ରସରରେ ଥିବା ଦୁଇଟି ପ୍ରୋକଲିନ, ୫ଟି ହାଇୱା ଓ ୨ଟି ଲୋଡର ସମେତ ମୋଟ ୯ଟି ମେସିନରେ ନିଆଁ ଲଗାଇ ପୋଡ଼ି ଦେଇଛନ୍ତି ସଶସ୍ତ୍ର ମାଓବାଦୀ । ଏହାପରେ ବାଂଶଧାରା ଘୁମୁସୁର ନାଗାବଳୀ ଡ଼ିଭିଜନ ପକ୍ଷରୁ ମାଓ ପୋଷ୍ଟର ଲଗାଯାଇଥିବା ଦେଖାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମାଓ ପୋଷ୍ଟର ଜବତ କରିବା ସହ ଘଟଣାର ତଦନ୍ତ ଚଲାଇଛି ।

Leave A Reply

Your email address will not be published.