Latest Odisha News

BREAKING NEWS

ଆଜିଠୁ ମାଓବାଦୀଙ୍କ ସହିଦ ସପ୍ତାହ ପାଳନ, ବିଭିନ୍ନ ଜିଲ୍ଲାରେ ସୁରକ୍ଷା କଡାକଡି

ମାଓବାଦୀ ସଂଗଠନର ପ୍ରତିଷ୍ଠାତା ଚାରୁ ମଜୁମଦାରଙ୍କର କୋଲକତା ପୋଲିସଦ୍ୱାରା ହୋଇଥିବା ନିର୍ଯାତନରେ ୧୯୭୨ ମସିହା ଜୁଲାଇ ୨୮ ତାରିଖରେ ମୃତ୍ୟୁ ହୋଇଥିଲା। ସେହି ଦିନଠାରୁ ଜୁଲାଇ ୨୮ରୁ ଅଗଷ୍ଟ ୩ ପର୍ଯ୍ୟନ୍ତ ମାଓବାଦୀ ସହିଦ ସପ୍ତାହ ରୁପେ ପାଳନ କରୁଛନ୍ତି।

ମାଲକାନଗିରି; ଆଜିଠାରୁ ମାଓବାଦୀଙ୍କ ସହିଦ ସପ୍ତାହ ଆରମ୍ଭ ହୋଇଛି। ଆଜିଠୁ ଅଗଷ୍ଟ ୩ ତାରିଖ ଯାଏଁ ସହିଦ ସପ୍ତାହ ପାଳିବେ ମାଓବାଦୀ। ଏନେଇ ନିୟମଗିରି ଅଞ୍ଚଳରେ ପୋଷ୍ଟର, ବ୍ୟାନର ଲଗାଇବା ସହିତ ପ୍ରେସ ବିଜ୍ଞପ୍ତି ଜାରି କରିଛି ଲାଲବାହିନୀ। ସହିଦ ସପ୍ତାହକୁ ଅଧିକରୁ ଅଧିକ ପାଳନ କରିବାକୁ ପୋଷ୍ଟର ଲଗାଇ ନିବେଦନ କରିଛନ୍ତି ମାଓବାଦୀ । ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ମାଓ ଅଧ୍ୟୁଷିତ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।

ସତର୍କତାମୂଳକ ପଦକ୍ଷେପ ସ୍ୱରୂପ କିଛି ଜିଲ୍ଲାରେ ବସ ଚଳାଚଳ ବନ୍ଦ ରହିଛି। ମାଲକାନଗିରି ଜିଲ୍ଲାରେ ସରକାରୀ ବସ ଚଳାଚଳ ସ୍ଵଭାବିକ ରହିଥିବା ବେଳେ ମହୁପଦର ଚିତ୍ରକୋଣ୍ଡା ଓ ଛତିଶଗଡ଼ ଯାଉଥିବା ବେସରକାରୀ ବସ ଚଳାଚଳ ବନ୍ଦ ରହିଛି। ଫୁଲବାଣୀରେ ମାଓବାଦୀଙ୍କ ସହିଦ ସପ୍ତାହ କାରଣରୁ ୫ଟି ରୁଟରେ ସରକାରୀ ବସ୍‌ ଚଳାଚଳ ବନ୍ଦ ରହିଥିବା ସୂଚନା ମିଳିଛି।

ପ୍ରତି ବର୍ଷ ଜୁଲାଇ ୨୮ରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ଏହି ସହିଦ ସପ୍ତାହ ପାଳନ କରିଥାନ୍ତି ମାଓବାଦୀ । ମାଓବାଦୀ ସଂଗଠନର ପ୍ରତିଷ୍ଠାତା ଚାରୁ ମଜୁମଦାରଙ୍କର କୋଲକତା ପୋଲିସଦ୍ୱାରା ହୋଇଥିବା ନିର୍ଯାତନରେ ୧୯୭୨ ମସିହା ଜୁଲାଇ ୨୮ ତାରିଖରେ ମୃତ୍ୟୁ ହୋଇଥିଲା। ସେହି ଦିନଠାରୁ ଜୁଲାଇ ୨୮ରୁ ଅଗଷ୍ଟ ୩ ପର୍ଯ୍ୟନ୍ତ ମାଓବାଦୀ ସହିଦ ସପ୍ତାହ ରୁପେ ପାଳନ କରୁଛନ୍ତି।

Leave A Reply

Your email address will not be published.