Latest Odisha News

BREAKING NEWS

ମଣିପୁରରେ ଥମୁନି ହିଂସା: ଥୋରବୁଙ୍ଗରେ ପ୍ରବଳ ଗୁଳି ବିନିମୟ, ଏପଟେ ଆକ୍ସନ ମୋଡରେ ସିବିଆଇ

ଇମ୍ଫାଲା: ମଣିପୁରରେ ହିଂସା ଥମିବାର ନାଁ ନେଉନି । ସ୍ଥାନୀୟ ଚୁରାଚାନ୍ଦପୁର ଜିଲ୍ଲାରେ ଗୁରୁବାର ହିଂସା ପୁଣି ଉଗ୍ର ରୂପ ନେଇଛି । ମିଳିଥିବା ସୂଚନା ଅନୁସାରେ, ଥୋରବୁଙ୍ଗ ଇଲାକାରେ ପ୍ରବଳ ଗୁଳି ବିନିମୟ ହୋଇଛି । ଏହି ଫାୟାରିଂରେ କେତେ ମୃତାହତ ହୋଇଛନ୍ତି ତାହା ସ୍ପଷ୍ଟ ହୋଇନାହିଁ । ଥୋରବୁଙ୍ଗ ଅଞ୍ଚଳ ଏବେ ଅଧିକ ସମ୍ବେଦନଶୀଳ ହୋଇପଡିଛି ।

ଅନ୍ୟପକ୍ଷେ ମଣିପୁରରେ ସିବିଆଇ ଏବେ ଆକ୍ସନ ମୋଡରେ । ମଣିପୁର ହିଂସା ଓ ଷଡଯନ୍ତ୍ର ଅଭିଯୋଗରେ ସିବିଆଇ ପକ୍ଷରୁ ୬ ଏଫଆଇଆର ରୁଜୁ କରାଯାଇଛି । ଯାଞ୍ଚ ଏଜେନ୍ସି ଏହି ମାମଲାରେ ବର୍ତ୍ତମାନ ସୁଦ୍ଧା ୧୦ ଜଣଙ୍କୁ ଗିରଫ କରି ଯାଇ ସାରିଲାଣି । ସୂଚନା ଅନୁଯାୟୀ, ସିବିଆଇ ଗଣ ବଳାତ୍କାର ମାମଲାରେ (ଯାହାର ଭିଡଓ ଭାଇରାଲ ହୋଇଛି)ନୂଆ ଏଫଆଇଆର ରୁଜୁ କରିବ ।

ମଣିପୁରରେ ହିଂସା ଏବେ ୮୬ ଦିନରେ ପହଞ୍ଚିଲାଣି । ଇତିମଧ୍ୟରେ କେନ୍ଦ୍ର ଗୁରୁବାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି ମଣିପୁରରେ ନିବସ୍ତ୍ର ମହିଳାଙ୍କୁ ପରେଡ କରିବା ଘଟଣାର ଯାଞ୍ଚ ଦାୟିତ୍ୱ ସିବିଆଇକୁ ଦିଆଯାଇଛି ।

ସୂଚନାଥାଉ କି , ମେ ୩ତାରିଖ କୁକୀ  ସଂପ୍ରଦାୟ ପକ୍ଷରୁ ଏକ ବାହାରିଥିବା ’ଆଦିବାସୀ ଏକତା ମାର୍ଚ୍ଚ’ରେ ହିଂସା ଉଗ୍ରରୂପ ନେଇଥିଲା । ସେଠାରେ କୁକୀ ଏବଂ ମେତେଈ ସଂପ୍ରଦାୟ ମୁହାଁମୁହିଁ ହୋଇଛନ୍ତି । ସେବେଠାରୁ ମଣିପୁରରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ଅଛି । ୧୬୦ରୁ ଅଧିକ ଲୋକଙ୍କ ଜୀବନ ଯାଇଛି ।

ମଣିପୁର ଜନସଂଖ୍ୟା ଦେଖିଲେ, ମୈତେଇ ସଂପ୍ରଦାୟର ଲୋକ ୫୩ ପ୍ରତିଶତ ଅଟନ୍ତି । ଏମାନଙ୍କ ମଧ୍ୟରୁ ଅଧିକାଂଶ ଇମ୍ଫାଲା ଘାଟିରେ ରୁହନ୍ତି । ୪୦ ପ୍ରତିଶତ ଲୋକ ନାଗା ଏବଂ କୁକୀ ସଂପ୍ରଦାୟର । ଏମାନେ ପ୍ରାୟ ପହାଡୀ ଜିଲ୍ଲାମାନଙ୍କରେ ରୁହନ୍ତି ।

Leave A Reply

Your email address will not be published.