ମାଲକାନଗିରି : ମାଲକାନଗିରି ସୀମାନ୍ତ ବିଜାପୁରରେ ମାଓ ହିଂସା । ପୋଲିସ କ୍ୟାମ୍ପ ଉପରେ ଆକ୍ରମଣ ସହ ବିଜାପୁର ଜିଲ୍ଲା ବାରସୁରା ଗାଁ ନିକଟରେ ୭ ଟ୍ରାକ୍ଟରରେ ନିଆଁ ଲଗାଇ ପୋଡି ଦେଇଛନ୍ତି ମାଓବାଦୀ । ସୂଚନାଅନୁସାରେ ବିଜାପୁର ଜିଲ୍ଲା ବାରସୁରା ଗାଁ ନିକଟରେ ରାସ୍ତା ନିର୍ମାଣ କାମ ଚାଲିଥିଲା ହେଲେ ଏହାକୁ ବିରୋଧ କରି ମାଓବାଦୀମାନେ ରବିବାର ରାତିରେ ଚିକା କମ୍ପାନୀର କ୍ୟାମ୍ପରେ ପହଁଞ୍ଚି ୭ ଟି ଟ୍ରାକ୍ଟର ପୋଡି ଦେଇଛନ୍ତି ।
ଏହାପରେ ଘଟଣା ସ୍ଥଳରୁ ମାଓବାଦୀ ମାନେ ଫେରାର ହୋଇଯାଇଥିଲେ । ଯବାନ ମାନେ ଘଟଣା ସ୍ଥଳରେ ପହଁଞ୍ଚି କୁମ୍ବିଂ ଅପରେସନ ଆରମ୍ଭ କରିଛନ୍ତି ।
ରବିବାର ବିଳମ୍ବିତ ରାତିରେ ପୋଲିସ କ୍ୟାମ୍ପ ଉପରେ ଶତାଧିକ ମାଓବାଦୀ ଆକ୍ରମଣ କରିଥିଲେ ।ମାଓବାଦୀମାନେ ଗୁଳି ଚାଳନା କରିଥିଲେ ।ଏହାର ପାଲଟା ଯବାବ ଦେଇଥିଲେ ସୁରକ୍ଷା କର୍ମୀ । ମାଓବାଦୀ ଆକ୍ରମଣରେ ୪ ଜଣ ଯବାନ ମଧ୍ୟ ଆହତ ହୋଇଛନ୍ତି ।
Comments are closed.