Latest Odisha News

BREAKING NEWS

ଦେଶରେ ବଢୁଛି ସଂକ୍ରମଣ ,ରାଜ୍ୟରେ ଆତଙ୍କିତ ହେବା ସ୍ଥିତି ନାହିଁ : ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର : ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ହେବାର ଲାଗିଛି ।ରାଜ୍ୟରେ ସଂକ୍ରମିତଙ୍କ ହାର ବୃଦ୍ଧି ଏତେଟା ପରୀଲକ୍ଷିତ ହୋଇନାହିଁ । ୭ରୁ ୮ ଟି ଜିଲ୍ଲାକୁ ବାଦ ଦେଲେ ଅନ୍ୟସବୁ ଜିଲ୍ଲାରେ ସଂକ୍ରମଣ ନାହିଁ । ଏହାକୁ ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି ।ଏଥିରେ ଭୟଭୀୟ କି ଆତଙ୍କିତ ହେବା ଉଚିତ ନୁହେଁ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।

ଜିଲ୍ଲା ମାନଙ୍କୁ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଆଇସିଏମଆର ଗାଇଡଲାଇନ ଅନୁସାରେ ଟେଷ୍ଟ ବଢିଯାଇଛି ବୋଲି ନିରଞ୍ଜନ ମିଶ୍ର କହିଛନ୍ତି ।
ସେପଟେ ଦେଶରେ କୋରନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ୨୪ ଘଣ୍ଟା ଭିତରେ ୨୧୮୩ ଜଣ ଲୋକ ସଂକ୍ରମିତ ହୋଇଛନ୍ତି ।

Leave A Reply

Your email address will not be published.