Latest Odisha News

BREAKING NEWS

ଲାଲବାହିନୀର ଲଙ୍କାକାଣ୍ଡ: ଜାଳିଦେଲେ ଟ୍ରାକ୍ଟର, ଜେସିବି ମେସିନ୍

ଭବାନୀପାଟଣା: ପୁଣି ମାତିଲେ ମାଓବାଦୀ । ରାସ୍ତାକାମକୁ ବିରୋଧ କରି ଲଙ୍କାକାଣ୍ଡ ଘଟାଇଛନ୍ତି । ଜାଳି ଦେଲେ ରାସ୍ତାକାମରେ ନିୟୋଜିତ ଟ୍ରାକ୍ଟର, ଜେସିବି ମେସିନ୍ ଓ ଟିପର୍ । କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ସାନ ପିପିଲି ଗାଁରେ ଏଭଳି ଲଙ୍କାକାଣ୍ଡ କରିଛନ୍ତି ମାଓବାଦୀ । ଟ୍ରାକ୍ଟର, ଗୋଟିଏ ଜେସିବି ମେସିନ୍ ଓ ଦୁଇଟି ଟିପରରେ ନିଆଁ ଲଗାଇ ଦେଇଛନ୍ତି ।

ଗତକାଲି ବିଳମ୍ବିତ ରାତିରେ ସାନ ପିପିଲି ଗାଁରେ ଏଭଳି କାଣ୍ଡ କରିଛନ୍ତି ମାଓବାଦୀ । ପିପିଲି ଗାଁ ପୋକାରିଘାଟଠାରୁ ମନସ୍କ ଯାଏ ଚାଲିଥିବା ରାସ୍ତାକାମ ବନ୍ଦ କରିବା ପାଇଁ ପୂର୍ବରୁ ଧମକ ଦେଉଥିଲେ । ମାତ୍ର ଧମକୁ ଶୁଣି ନଥିଲା ଠିକା ସଂସ୍ଥା । ଶେଷରେ ରାସ୍ତାକାମରେ ନିୟୋଜିତ ଗାଡ଼ି ଜାଳିଦେଲେ । ଭବାନୀପାଟଣାଠାରୁ ମାତ୍ର ୧୫ କିଲୋମିଟର ଦୂରରେ ଲାଲବାହିନୀର ଏଭଳି ଲଙ୍କାକାଣ୍ଡ ପରେ ଲୋକେ ଆତଙ୍କିତ ହୋଇ ପଡିଛନ୍ତି ।

Leave A Reply

Your email address will not be published.