Latest Odisha News

BREAKING NEWS

ପ୍ରେମିକା ଘରେ ପ୍ରେମିକ ଆତ୍ମହତ୍ୟା କରିଥିବା ଅଭିଯୋଗ

ପରିବାର ଲୋକ ଆଣିଲେ ହତ୍ୟା ଅଭିଯୋଗ, ଥାନାରେ ଏତଲା

ବ୍ରହ୍ମଗିରି(ପୁରୀ): ପ୍ରେମିକା ଘରେ ପଶି ପ୍ରେମିକ ଆତ୍ମହତ୍ୟା କରିଥିବା ଅଭିଯୋଗ । ଘର ଭିତରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି । ପୁରୀ ଜିଲ୍ଲା ବ୍ରହ୍ମଗିରି ସାହୁପଡ଼ା ଗାଁରେ ଏହି ଘଟଣା ଘଟିଛି । ମୃତକ ହେଲେ ଗାଁର ସୂର୍ଯ୍ୟକାନ୍ତ ବିଶ୍ୱାଳ । ଏହା ଆତ୍ମହତ୍ୟା ନାଁ ହତ୍ୟା ଏଯାଏ ସ୍ପଷ୍ଟ ହୋଇନି ।

BjdElectrycity

ସୂର୍ଯ୍ୟକାନ୍ତଙ୍କ ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଛନ୍ତି । ଏନେଇ ସେମାନେ ବ୍ରହ୍ମଗିରି ଥାନାରେ ପୁଅକୁ ହତ୍ୟା କରାଯାଇଥିବା ଏତଲା ଦେଇଛନ୍ତି । କୁହାଯାଉଛି, ସୂର୍ଯ୍ୟକାନ୍ତ ଘର ପାଖରେ ଜଣେ ଝିଅକୁ ଭଲ ପାଉଥିଲେ । ଗତକାଲି ପାରିବାରିକ କଳହକୁ ନେଇ ସେ ପ୍ରେମିକାଙ୍କ ଘରେ ପଶି ଆତ୍ମହତ୍ୟା କରିଛନ୍ତି । ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଅଧିକ ଖୋଳତାଡ ଜାରି ରଖିଛି ।

Leave A Reply

Your email address will not be published.