Latest Odisha News

BREAKING NEWS

ସିଦ୍ଧୁ ଜେଲରେ କରିବେ କିରାଣୀ କାମ, ୩ ମାସ ମାଗଣାରେ ଖଟିବେ

ସକାଳ ୯ଟାରୁ ସନ୍ଧ୍ୟା ୫ଟା ଯାଏ କାମ କରିବେ ସିଦ୍ଧୁ

ଓଡ଼ିଶା ସମ୍ବାଦ ବ୍ୟୁରୋ: କ୍ରିକେଟର, କମେଣ୍ଟେଟର, ସାଂସଦ ପରେ ଏବେ ଜେଲରେ କ୍ଲର୍କ କାମ କରିବେ ବରିଷ୍ଠ କଂଗ୍ରେସ ନେତା ନଭଜୋତ ସିଂହ ସିଦ୍ଧୁ । ୧୯୮୮ ରୋଡରେଜ୍ ମାମଲାରେ ସେ ବର୍ଷେ ଜେଲରେ ରହିବେ । ପଟିଆଲା ଜେଲରେ ରହୁଛନ୍ତି ସିଦ୍ଧୁ । ସେଠାରେ ତାଙ୍କୁ କ୍ଲର୍କ କାମ ଦିଆଯାଇଛି । ସିଦ୍ଧୁଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପଟିଆଲା ଜେଲରେ କିରାଣୀ କାମ ତାଙ୍କୁ ଦିଆଯାଇଛି ।

BjdElectrycity

ଜେଲର ଫାଇଲପତ୍ର କାମ ଦେଖିବେ । ପ୍ରତିଦିନ ତାଙ୍କ ପାଖକୁ କିଛି କିଛି ଫାଇଲ୍ ପଠାଯିବ । ପ୍ରତିଦିନ ସକାଳ ୯ଟାରୁ ସନ୍ଧ୍ୟା ୫ଟା ଯାଏ କାମ କରିବେ ସିଦ୍ଧୁ । ତିନି ମାସ ଯାଏ ମାଗଣାରେ କାମ କରିବେ । ଜେଲ୍ କର୍ତ୍ତୃପକ୍ଷ କହିଛନ୍ତି, ସିଦ୍ଧୁଙ୍କ ପାଖରେ ଏହି କାମର କୌଣସି ଅଭିଜ୍ଞତା ନାହିଁ । ତେଣୁ ତାଙ୍କୁ ୩ ମାସ ମାଗଣାରେ କାମ କରିବାକୁ ପଡ଼ିବ ।

୩ ମାସ ପରେ ତାଙ୍କୁ ଦିନକୁ ୩୦ ଟଙ୍କା ହିସାବରେ ମିଳିବ । ଅଭିଜ୍ଞତା ବଢ଼ିଲେ ମିଳିବ ଦିନକୁ ୯୦ ଟଙ୍କା । ସିଦ୍ଧୁଙ୍କର ଶିକ୍ଷାଗତ ଯୋଗ୍ୟତା, ଜ୍ଞାନକୁ ଦେଖି ତାଙ୍କୁ ଏହି କାମ ଦେଇଛି ପଟିଆଲା ଜେଲ୍ ପ୍ରଶାସନ । ୧୯୮୮ ରୋଡରେଜ୍ ମାମଲାରେ ସିଦ୍ଧୁଙ୍କୁବର୍ଷେ ଜେଲ ଦଣ୍ଡାଦେଶ ଶୁଣାଇଥିଲେ ସୁପ୍ରିମକୋର୍ଟ । ତାପରଠୁ ସେ ପଟିଆଲା ଜେଲରେ ଅଛନ୍ତି ।

Leave A Reply

Your email address will not be published.