Latest Odisha News

BREAKING NEWS

ରେକର୍ଡ ପ୍ରାଇସରେ ନିଲାମ ହେଲା ମାରାଡୋନାଙ୍କ ହ୍ୟାଣ୍ଡ ଅଫ ଗଡ ଜର୍ସି

ନୂଆଦିଲ୍ଲୀ: ବିଶ୍ୱର ମହାନ ଫୁଟବଲ ଖେଳାଳି ଆର୍ଜେଂଟିନାର ଡିଏଗୋ ମାରାଡୋନାଙ୍କ ଏକ ଜର୍ସି ରେକର୍ଡ ଦରରେ ନିଲାମ ହୋଇଛି । ୧୯୮୬ ବିଶ୍ୱକପରେ ଏହି ଜର୍ସି ପିନ୍ଧି ସେ ହ୍ୟାଣ୍ଡ ଅଫ ଗଡ ବିବାଦୀୟ ଗୋଲ ସ୍କୋର କରିଥିଲେ । ଜର୍ସିଟି ୬୭.୫୮ କୋଟି ଟଙ୍କାରେ ନିଲାମ ହୋଇ ନୂତନ ବିଶ୍ୱ ରେକର୍ଡ ସ୍ଥାପନ କରିଛି । ଗୋଲ ସ୍କୋର ବେଳେ ମାରଡୋନାଙ୍କ ହାତ ବଲରେ ବାଜିଥିଲେ ମଧ୍ୟ ଏହାକୁ ଫାଉଲ ଘୋଷିତ କରାଯାଇ ନ ଥିଲା ।

ମାରାଡୋନା ଇଂଲଣ୍ଡର ମିଡ ଫିଲ୍ଡର ଷ୍ଟିଭ ହଜଙ୍କୁ ଏହି ଜର୍ସି ଗିଫ୍ଟ କରିଥିଲେ । ସେବେଠାରୁ ମାେଂଚଷ୍ଟର ରାଷ୍ଟ୍ରୀୟ ଫୁଟବଲ ସଂଗ୍ରହାଳୟରେ ଏହି ଜର୍ସି ରଖା ଯାଇଥିଲା । ୨୦୦୨ରେ ଫିଫା ମାରାଡୋନାଙ୍କ ଏକ ଗୋଲକୁ ଶତାବ୍ଦୀର ଶ୍ରେଷ୍ଠ ଗୋଲ ଭାବେ ଚୟନ କରିଥିଲା । ୧୯୮୬ରେ ଇଂଲଣ୍ଡ ବିପକ୍ଷରେ ସେ ଏହି ଗୋଲ ସ୍କୋର କରିଥିଲେ ।

Leave A Reply

Your email address will not be published.