Latest Odisha News

BREAKING NEWS

ଚିଲିକାରେ ବୁଡିଗଲା ଡ଼ଙ୍ଗା, କାଳିଜାଈ ଦର୍ଶନ ସାରି ଫେରୁଥିଲେ ୧୨ ଯାତ୍ରୀ

ଟାଙ୍ଗୀ:  ଚିଲିକାରେ ପୁଣି ଦୁର୍ଘଟଣା । ମଝି ଦରିଆରେ ବୁଡିଗଲା ଯାତ୍ରୀ ବାହୀ ଡଙ୍ଗା  । ମାଆ କାଳିଜାଈ ଦର୍ଶନ ସାରି ଫେରୁଥିବା ବେଳେ ବୁଡିଗଲା ଡଙ୍ଗା  । ମିଳିଥିବା ସୂଚନା ମୁତାବକ ସମସ୍ତ ଯାତ୍ରୀ ବାଲେଶ୍ୱର ଅଞ୍ଚଳର  । ଡଙ୍ଗାରେ ସମୁଦାୟ ୧୨ ଜଣ ଯାତ୍ରୀ ରହିଥିଲେ  । ଡଙ୍ଗା ଦୁର୍ଘଟଣା ହେବାରୁ ସମସ୍ତ ଯାତ୍ରୀ ବୁଡିଯାଇଛନ୍ତି  ।

ସୌଭାଗ୍ୟ ବସତଃ ଏକ ପୋଲିସ ଟିମ୍‌ ଚିଲିକା ବୁଲିବାକୁ ଯାଇଥିଲେ । ସେମାନେ ଡଙ୍ଗା ବୁଡ଼ିବା ସ୍ଥାନ ପାଖାପାଖି ବୁଲୁଥିଲେ । ତେଣୁ ଡଙ୍ଗା ବୁଡ଼ିବା ଦେଖି ସେମାନେ ତୁରନ୍ତ ସହଯୋଗର ହାତ ବଢ଼ାଇଥିଲେ । ଏହାସହ ସେମାନଙ୍କୁ ତୁରନ୍ତ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ । ସ୍ଥାନୀୟ ଲୋକ ଓ ଅନ୍ୟ ଡଙ୍ଗା ଚାଳକଙ୍କ ସାହାଯ୍ୟରେ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଥିଲା । ୧୧ ଜଣଙ୍କ ମଧ୍ୟରୁ ୧୦ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଯେଉଁ ବ୍ୟକ୍ତି ଜଣଙ୍କ ନିଖୋଜ ଅଛନ୍ତି, ସେ ଜଣେ ସ୍ଥାନୀୟ ଦୋକାନୀ ବୋଲି କୁହାଯାଉଛି ।

Leave A Reply

Your email address will not be published.