Latest Odisha News

BREAKING NEWS

କୋଭିଡ୍, ମଙ୍କିପକ୍ସ ଓ ମାରବର୍ଗ : କେଉଁଟି ଅଧିକ ଭୟଙ୍କର ?

ନୂଆଦିଲ୍ଲୀ: ଆଫ୍ରିକାରେ ଦ୍ରୁତଗତିରେ ବଢିବାରେ ଲାଗିଛି ମାରବର୍ଗ ଭାଇରସ ସଂଖ୍ୟା। ଏହି ଭାଇରସ କାରଣରୁ ଶରୀରର ବିଭିନ୍ନ ଅଙ୍ଗରୁ ରକ୍ତସ୍ରାବ ହେବାର ଦେଖିବାକୁ ମିଳୁଛି। ଏହି କାରଣରୁ ମଧ୍ୟ ବଢିବାରେ ଲାଗିଛି ମୃତ୍ୟୁ ସଂଖ୍ୟା। ଏହି ଭାଇରସ କାରଣରୁ କିଛି ଲୋକଙ୍କ ପାଖରେ ଗମ୍ଭୀର ସମସ୍ୟା ଦେଖିବାକୁ ମିଳୁଛି। ଏହା କରୋନା ଭାଇରସ ଓ ଏମ-ପକ୍ସ ଠାରୁ ମଧ୍ୟ ଭୟାନକ। ପ୍ରଥମେ କୋଭିଡ଼ ଓ ପରେ ମଙ୍କିପକ୍ସରେ ସାରା ବିଶ୍ବରେ ଭୟାନକ ମୃତ୍ୟୁ ପରେ ଏବେ ସାମନାକୁ ଆସିଛି ମାରବର୍ଗ ଭାଇରସ। ଆସନ୍ତୁ ଜାଣିବା କ’ଣ ଏହି ଭାଇରସର ଲକ୍ଷଣ ।

ମାରବର୍ଗ କିପରି କୋଭିଡ ଓ ମଙ୍କିପକ୍ସ ଠାରୁ ଅଲଗା ?
ମାରବର୍ଗ କରୋନା ଓ ମଙ୍କିପକ୍ସ ଠାରୁ ବହୁତ ଅଲଗା। ଏହା ଏକ ଅତ୍ୟଧିକ ସଂକ୍ରାମକ ଓ ଭୟାନକ ଭାଇରସ। ଏହି ଭାଇରସରେ ସଂକ୍ରମଣ ପରେ ବ୍ୟ କ୍ତିର କୌଣସି ଅଙ୍ଗରୁ ରକ୍ତସ୍ରାବ ହୋଇଥାଏ। ଏହାଦ୍ବାରା ମୃତ୍ଯୁର ସମ୍ଭାବନା ଅଧିକ ରହିଥାଏ। ସଂକ୍ରମଣ କାରଣରୁ ରୋଗୀକୁ ପ୍ରଥମେ ଜ୍ୱର ଅନୁଭବ ହେବା ପରେ ମାଂସପେଶୀରେ ପୀଡା ଅନୁଭବ ହୋଇଥାଏ। କୋଭିଡ ତୁଳନାରେ ଏହା ଅତ୍ୟନ୍ତ ଭୟାନକ। ତେଣୁ ଏହା କରୋନା ଓ ମଙ୍କିପକ୍ସ ତୁଳନାରେ ଭୟଙ୍କର ବୋଲି ଜାଣିବାକୁ ମିଳିଛି।

ଏହି ଭାଇରସରୁ କିପରି ରକ୍ଷା ପାଇବେ ?
ସଂକ୍ରମିତ ବ୍ୟକ୍ତିଙ୍କ ସମ୍ପର୍କରେ ନ ଆସିବା ଦ୍ବାରା ଏହି ରୋଗକୁ ରୋକି ପାରିବା। ଏହା ବ୍ୟତୀତ ଆଫ୍ରିକୀୟ ଦେଶକୁ ଯାତ୍ରା ନକରିବା ଦରକାର, ଯାହାଦ୍ବାରା ସଂକ୍ରମଣ ବୃଦ୍ଧିହେବାର ସମ୍ଭାବନା କମିପାରେ। ପରିଷ୍କାର ରହିବା ସହିତ ଜ୍ୱର ଲକ୍ଷଣ ଆସିଲେ ଡାକ୍ତରଙ୍କ ସହ ପରାମର୍ଶ କରିବା ଉଚିତ।

ଏହା ଏକ ସଂକ୍ରାମକ ରୋଗ ହୋଇଥିବାରୁ ଜଣେ ବ୍ୟକ୍ତିଙ୍କ ଠାରୁ ଅନ୍ୟ ବ୍ୟକ୍ତିକୁ ସହଜରେ ବ୍ୟାପିଥାଏ। କିନ୍ତୁ ଏହା କରୋନା ଠାରୁ ଶୀଘ୍ର ସଂକ୍ରମିତ ହେଉଥିବା ଦେଖିବାକୁ ମିଳୁଛି।

Leave A Reply

Your email address will not be published.