Latest Odisha News

BREAKING NEWS

Marijuana Smuggling: ସିକ୍ରେଟ୍ ଚାମ୍ବରରେ ଗଞ୍ଜେଇ ଚୋରା ଚାଲାଣ, ୨ ଗିରଫ

କଟକ: ଦିନକୁ ଦିନ ଚୋର ମାନଙ୍କର ଚୋରି କରିବାର ତରିକା ବଦଳୁଛି । ପୋଲିସ ହାତରୁ ଖସିବାକୁ ଚୋର ମାନେ ନୂଆ ନୂଆ ପନ୍ଥା ଆପଣଉଛନ୍ତି ଚୋରି କରିବାର । ଏଭଳି ଏକ ଘଟମା ସାମ୍ନାକୁ ଆସିଛି କଟକ ଜିଲ୍ଲାରୁ । ଟାଟା ଏସି ଗାଡ଼ିର ଡାଲାରେ ସ୍ବତନ୍ତ୍ର ଚାମ୍ବର କରି ଚାଲିଥିଲା ଗଞ୍ଜେଇ ଚୋରା ଚାଲାଣ ।

ଅନୁଗୁଳ ଅଞ୍ଚଳରୁ ବେଆଇନ ଭାବେ ଗଞ୍ଜେଇ ନେଇ ମଙ୍ଗୁଳି ଅଭିମୁଖେ ଯାଉଥିଲା ଏହି ଟାଟା ଏସି । ବିଶେଷ ସୂତ୍ରରୁ ଖବର ପାଇ ୫୫ ନମ୍ବର ଜାତୀୟ ରାଜପଥର ଖୁଣ୍ଟୁଣୀ ଟୋଲ୍ ଗେଟ୍ ନିକଟରେ ଚଢାଉ କରିଥିଲା ପୋଲିସ । ଚଢାଉରେ ଟାଟା ଏସିଇରୁ ୧୭ଟି ପ୍ୟାକେଟ୍ ଗଞ୍ଜେଇ ଜବତ କରାଯାଇଥିଲା ।

ଏହାସହ ଗାଡ଼ି ଡ୍ରାଇଭର ଓ ଅନ୍ୟଜଣଙ୍କୁ ପୋଲିସ ଗିରଫ କରିଛି । ଗିରଫ ଦୁଇଜଣ ହେଲେ କଟକ ଜିଲ୍ଲା ମାହାଙ୍ଗା ଥାନା ଅଳସରା ଗାଁର ସୁକାନ୍ତ ମହାରଣାଓ ସିରିପୁର ଅଞ୍ଚଳର ସୁରେନ୍ଦ୍ର ରାଉତ ।

Leave A Reply

Your email address will not be published.