Latest Odisha News

BREAKING NEWS

Marijuana Seized: ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ଆଠ କୋଟି ଟଙ୍କାର ଗଞ୍ଜେଇ ଜବତ

ଭୁବନେଶ୍ୱର: ପୁଣି ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି । ବ୍ୟାଙ୍କକ ଫ୍ଲାଇଟରେ ଆସୁଥିବା ଜଣେ ଯାତ୍ରୀଙ୍କ ଠାରୁ ଏହି ଗଞ୍ଜେଇ ଜବତ ହୋଇଛି । ଷ୍ଟ୍ରଲି ବ୍ୟାଗରେ ସିକ୍ରଟ ଚାମ୍ବର କରି ଚାଲାଣ ବେଳେ ଭୁବନେଶ୍ୱର ଏୟାରପୋର୍ଟରେ ୮ କେଜି ଗଞ୍ଜେଇ ସହ ଧରିଲା ଡିଆରଆଇ ।

ତେବେ ଏହି ଜବତ ୮ କେଜି ଗଞ୍ଜେଇର ଆନୁମାନିକ ମୂଲ୍ୟ ଆଠ କୋଟି ଟଙ୍କା ହେବ । ଏହି ଘଟଣାରେ ଉକ୍ତ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା ଜାରି ରହିଛି । ଗତ ମଙ୍ଗଳବାର ମଧ୍ୟ ଏହି ବିମାନ ବନ୍ଦରରୁ ୩ କୋଟି ୯୨ଲକ୍ଷ ଟଙ୍କାର ନିଶା ଦ୍ରବ୍ୟ ଜବତ ହୋଇଥିଲା ।

Leave A Reply

Your email address will not be published.