ପାରାଦୀପ: ଜଗତସିଂହପୁର ଜିଲ୍ଲାରେ ଦୁଇଟି ବଡ଼ ଘାଇ ହୋଇଥିବା ଯୋଗୁଁ ଜିଲ୍ଲାରେ ବିଭିନ୍ନ ଅଞ୍ଚଳରେ ପାଣି ପଶିଯାଇଛି। । ଫଳରେ ଜଗତସିଂହପୁର କଟକ ମୁଖ୍ୟ ରାସ୍ତାରେ ଅଣ୍ଟାଏ ଉଞ୍ଚରେ ପାଣି ଲହଡ଼ି ଭାଙ୍ଗୁଛି । ଏହାକୁ ନେଇ ସ୍ଥାନୀୟ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି। ତରିକୁନ୍ଦ ବଜାରର ଅଧିକାଂଶ ଦୋକାନରେ ପାଣି ପଶିଯାଇଛି। ଗାଡ଼ି ଚଳାଚଳ ଓ ଲୋକଙ୍କ ଯାତାୟାତ ବାଧାପ୍ରାପ୍ତ ହୋଇଛି ।
ସୂଚନା ଅନୁଯାୟୀ, ଦଳେଇଘାଇ ନିକଟ ମାଛଗାଁ କେନାଲ ବନ୍ଧ ଭାଙ୍ଗି ୧୫ ଫୁଟର ଘାଇ ହୋଇଥିବାରୁ ହନୁମନ୍ତବ୍ରହ୍ମପୁର ଗାଁ ରାସ୍ତା ଓ ଚାଷ ଜମିରେ ପାଣି ଉବୁଟୁବୁ ହେଉଛି। ସେହିପରି ତରିକୁନ୍ଦ ନିକଟରେ ୨୦ ଫୁଟର ଘାଇ ହୋଇଥିବା ଯୋଗୁଁ ଜଗତସିଂହପୁର-କଟକ ରାସ୍ତାରେ ପାଣି ଚାଲିଛି। ଏନେଇ ବାଲିଆ ଜଳସେଚନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ସୂଚନା ଦେଇଛନ୍ତି । ଘାଇ ବନ୍ଦ ପାଇଁ ବ୍ୟବସ୍ଥା କରାଯାଉଛି ବୋଲି ସେ କହିଛନ୍ତି। ରାସ୍ତା ଘାଟ, ବିଲ ବାଡ଼ି, ଘର ଦ୍ବାର ସହ ପଞ୍ଚାୟତ ଅଫିସ ଓ ତରିକୁନ୍ଦ ଫାଣ୍ଡି ପାଣି ଘେରରେ ରହିଛି । ଗତକାଲି ରାତିରୁ ଘାଇ ସୃଷ୍ଟି ହୋଇଥିବାରୁ ଚିନ୍ତାରେ ଲୋକ । ଘାଇ ଯୋଗୁଁ କଟକ-ଜଗତସିଂହପୁର ୫୫ ନମ୍ବର ଜାତୀୟ ରାଜପଥରେ ଲହଡି ମାରୁଛି ପାଣି । ଫଳରେ ଗାଡି ଚଳାଚଳ ଓ ଲୋକଙ୍କ ଯାତାୟାତ ବାଧାପ୍ରାପ୍ତ ହୋଇଛି।
BREAKING NEWS
- ସନ୍ତୋଷ ଟ୍ରଫି ଫୁଟବଲ: ସଂଘର୍ଷପୂର୍ଣ୍ଣ ମୁକାବିଲାରେ ମେଘାଳୟଠାରୁ ହାରିଲା ଓଡିଶା
- ୨୦୩୬ ସୁଦ୍ଧା ୯୦ପ୍ରତିଶତ ଚାଷ ଜମିକୁ ଜଳସେଚନର ସୁବିଧା ଯୋଗାଇ ଦିଆଯିବ: ମୁଖ୍ୟମନ୍ତ୍ରୀ
- କ୍ରୋଏସିଆ ଭାରତୀୟ ଦୂତାବାସରେ ଭଙ୍ଗାରୁଜା; ନିନ୍ଦା କଲା ମନ୍ତ୍ରଣାଳୟ…
- ଓସ୍କାର ୨୦୨୬ ରେସରୁ ବାଦ ପଡିଲା ହୋମବାଉଣ୍ଡ
- ସୁପ୍ରିମକୋର୍ଟଙ୍କ ବଡ଼ ରାୟ; ସରସ୍ଵତୀ ପୂଜା ହେବ, ନମାଜ ମଧ୍ୟ ପଢ଼ାଯିବ…
- Republic Day 2026: ଗଣତନ୍ତ୍ର ଦିବସ ପ୍ୟାରେଡ୍ ଓ ରିହର୍ସଲ ଲାଗି ଟ୍ରାଫିକ କଟକଣା…
- ରୋହିତଙ୍କୁ ମିଳିଲା ସମ୍ମାନସୂଚକ ଡକ୍ଟେରେଟ ଉପାଧି
- ଉପରାଷ୍ଟ୍ରପତିଙ୍କ ଗସ୍ତ; ସୁରକ୍ଷା ବ୍ୟବସ୍ଥାରେ ୩୦ ପ୍ଲାଟୁନ୍ ଫୋର୍ସ ନିୟୋଜିତ ହେବେ
- ଷ୍ଟାର୍ଟଅପ୍ କ୍ଷେତ୍ରରେ ଓଡ଼ିଶାର ପତନ ରାଜ୍ୟ ସରକାରଙ୍କ ବିଫଳତାକୁ ଦର୍ଶାଉଛି: ବିଜେଡି
- ରଣଜୀ ଟ୍ରଫି: ଓଡିଶା ବିପକ୍ଷରେ ତାମିଲନାଡୁ ୨୮୧/୭
Comments are closed.