Latest Odisha News

BREAKING NEWS

ମାର୍କସିଟ୍ ହୋଇଯାଇଛି ‘ପ୍ରେସର ସିଟ୍’, ନୂତନ ଶିକ୍ଷାନୀତିରେ ଏହାକୁ ହଟାଇବାକୁ ଲକ୍ଷ୍ୟ ରଖିଛି: ପିଏମ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କହିଛନ୍ତି ଯେ ୨୦୨୨ ସୁଦ୍ଧା ଦେଶ ସ୍ୱାଧୀନତାର ୭୫ତମ ବର୍ଷ ପାଳନ କରୁଥିବାବେଳେ ସ୍କୁଲ ଛାତ୍ରଛାତ୍ରୀଙ୍କ ଏକ ନୂତନ ପାଠ୍ୟକ୍ରମ ରହିବା ଉଚିତ । ଏଥିପାଇଁ ନୂତନ ଜାତୀୟ ଶିକ୍ଷା ନୀତି ପ୍ରଣୟନ କରାଯାଇଛି ।

ମାର୍କସିଟ୍ ଛାତ୍ରମାନଙ୍କ ପାଇଁ “ପ୍ରେସର ସିଟ୍”ଏବଂ ପରିବାର ପାଇଁ “ପ୍ରତିଷ୍ଠା ସିଟ୍ ହୋଇଯାଇଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ।

ନୂତନ ଶିକ୍ଷାନୀତି ସିଲାବସ୍ କୁ ହ୍ରାସ କରିବ ଏବଂ ଶିକ୍ଷାଦାନ ପ୍ରଣାଳୀକୁ ମଜାଳିଆ ଭିତ୍ତିକ ଓ ସମ୍ପୂର୍ଣ୍ଣ ଅଭିଜ୍ଞତାପୂର୍ଣ କରିବ ବୋଲି ସେ କହିଛନ୍ତି।

ପାଠ୍ୟକ୍ରମର ନୂଆ ଢାଞ୍ଚା ବିକଶିତ କରାଯିବ ଏବଂ ଏହା ୨୦୨୨ ସୁଦ୍ଧା ପ୍ରସ୍ତୁତ ହେବ ବୋଲି  ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ “ବିଦ୍ୟାଳୟ ଶିକ୍ଷା କନକ୍ଲେଭ” କୁ ସମ୍ବୋଧିତ କରି କହିଛନ୍ତି ପ୍ରଧାନମନ୍ତ୍ରୀ ।

ନୂତନ ପାଠ୍ୟକ୍ରମ ଭବିଷ୍ୟତ ତଥା ବିଜ୍ଞାନଭିତ୍ତିକ ହେବ ।  ଚିନ୍ତାଧାରା, ସୃଜନଶୀଳତା, ଯୋଗାଯୋଗ ଏବଂ କୌତୁହଳକୁ ପ୍ରୋତ୍ସାହିତ କରିବା ପାଇଁ ଏଥିରେ ନୂତନ ଦକ୍ଷତା ରହିବ ବୋଲି ପିଏମ ମୋଦୀ କହିଛନ୍ତି।

ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ MyGov ପୋର୍ଟାଲ ରେ ଏକ ସପ୍ତାହ ମଧ୍ୟରେ ଏନଇପି ର କାର୍ଯ୍ୟକାରିତା ଉପରେ ଶିକ୍ଷକମାନଙ୍କ ଠାରୁ 15 ଲକ୍ଷରୁ ଅଧିକ ପରାମର୍ଶ ଗ୍ରହଣ କରାଯାଇଛି।

ମାତୃଭାଷାରେ ୫ମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନକୁ ପ୍ରୋତ୍ସାହିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାଷା କେବଳ ଅଧ୍ୟୟନର ଏକ ଧାରା ଏବଂ ଏହା ଅଧ୍ୟୟନର ବିଷୟ ନୁହେଁ।

Comments are closed.