Latest Odisha News

BREAKING NEWS

କରୋନାଭାଇରସ୍ ପ୍ରଭାବ: ଭିଡିଓ କଲିଂରେ ବିବାହ

ବିିହାର: କରୋନାଭାଇରସ୍ ଭୟରେ ବିହାରରେ ଭିଡିଓ କଲିଂ ବିବାହ । ସୋସିଆଲ୍ ମିଡିଆରେ ଏହି ବିବାହର(ନିକାହ) ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି ।

ନୋଭେଲ କରୋନାଭାଇରସ୍ ଆତଙ୍କରେ ସାରା ଦେଶରେ ଜାରି ହୋଇଛି ଲକ୍‌-ଡାଉନ୍ ନିର୍ଦ୍ଦେଶ । ଏପରି ସ୍ଥିତିରେ ବିହାରରେ ହୋଇଥିବା ଏହି ଭିଡିଓ କଲିଂ ବିବାହ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛି ।

ସୋମବାର ବିହାରର ପାଟନାଠାରେ ଅନୁଷ୍ଠିତ ହୋଇଥିବା ଏହି ବିବାହର ଭିଡିଓକୁ ନ୍ୟୁଜ୍ ଏଜେନ୍ସି ଏଏନଆଇ ଶେୟାର କରିଛି ।

ଦୁଇଟି ଭିନ୍ନ ସ୍ଥାନରେ ରହି ଏହି ବିବାହଟି ଅନୁଷ୍ଠିତ ହୋଇଥିଲା । ୬୩ ସେକେଣ୍ଡ ର ଏହି ଭିଡିଓରେ ପ୍ରଥମେ ଜଣେ କାଜି କଲମା ଓ କାୟତ୍ ପଢିବା ଆରମ୍ଭ କରିଥିଲେ । ସାମ୍ନାରେ ଲାଗିଥିବା ଏକ ଟିଭିରେ ବରପକ୍ଷର ଲୋକଙ୍କୁ ଦେଖିବାକୁ ମିଳିଛି ।

ବିବାହ ସମ୍ପନ୍ନ ହେବା ପରେ ଲୋକେ ପରସ୍ପରକୁ ଆଲିଙ୍ଗନ କରିବାରେ ଦେଖିବାକୁ ମିଳିଛି । ବିବାହ ପରେ ସେହି ଟିଭି ଜରିଆରେ ବର ଓ କନ୍ୟା ପ୍ରଥମ ଥର ପରସ୍ପରକୁ ଦେଖିବାରେ ସକ୍ଷମ ହୋଇଥିଲେ ।

କରୋନାଭାଇରସ୍‌ର ଆତଙ୍କରାଜ ଯୋଗୁଁ ଅନେକ ସ୍ଥାନରେ ଏପରି ବିବାହ ସାମ୍ନାକୁ ଆସିଛି । ଫେବ୍ରୁଆରୀ ମାସରେ ଏକ ଚାଇନା ଫେରନ୍ତା ଯୋଡି ସିଙ୍ଗାପୋରରେ ବିବାହ କରିଥିଲେ ।

Leave A Reply

Your email address will not be published.