Latest Odisha News

BREAKING NEWS

ନିମନ୍ତ୍ରଣ କାର୍ଡ଼ରେ ଅଜବ ସର୍ତ୍ତ : ଅତିଥିଙ୍କ ମଧ୍ୟରେ ଅସନ୍ତୋଷ, କହିଲେ ଏହା ଅପମାନଜନକ

ସମସ୍ତଙ୍କ ପାଇଁଁ ବିବାହ ହେଉଛି ସ୍ୱତନ୍ତ୍ର । ଏହି ଦିନକୁ ସ୍ମୃତି କରି ରଖିବାକୁ ସମେସ୍ତ ଚାହାଁନ୍ତି । ସେଥିଲାଗି ବହୁ ଦିନ ପୂର୍ବରୁ ପ୍ରସ୍ତୁତି ଚଳାଇଥାନ୍ତି । ବିବାହ ପୋଷାକ କିଣିବାଠାରୁ ଆରମ୍ଭ କରି ମଣ୍ଡପ ସାଜ୍ଜସଜ୍ଜା ସହିତ ଭୋଜିର ବ୍ୟବସ୍ଥା ମଧ୍ୟ କରାଯାଇଥାଏ । ଏଥିସହ ଅତିଥିମାନଙ୍କୁ ନିମନ୍ତ୍ରଣ କାର୍ଡ଼ ଦେଇ ଡ଼କାଯାଇଥାଏ । ହେଲେ ଏବେ ସୋସିଆଲ ମିଡ଼ିଆରେ ଏକ ବିବାହର ନିମନ୍ତ୍ରଣ କାର୍ଡ଼ ଭାଇରାଲ ହେଉଛି, ଯାହାକୁ ଦେଖି ଲୋକେ ବିରକ୍ତିଭାବ ପ୍ରକାଶ କରିଛନ୍ତି । ଏହି କାର୍ଡ଼ରେ ବିଭିନ୍ନ ସର୍ତ୍ତ ରଖାଯାଇଛି, ଯାହାକୁ ପଡ଼ି ଏହା ଅପମାନଜନକ ବୋଲି ଲୋକେ କହିଛନ୍ତି ।

ସାଧାରଣତଃ ବିବାହ ସମୟରେ ଅତିଥିମାନଙ୍କୁ ନିମନ୍ତ୍ରଣ କାର୍ଡ଼ ପ୍ରଦାନ କରାଯାଇଥାଏ । କାରଣ ନିମନ୍ତ୍ରଣ କାର୍ଡ଼ରେ ଲେଖାଥିବା ତଥ୍ୟ ଅନୁସାରେ ସେମାନେ ସହଜରେ ଠିକ୍ ଦିନ,ଠିକ୍ ଜାଗା ଓ ଠିକ୍ ସମୟରେ ଆସି ପହଞ୍ôଚ ପାରିବେ । ହେଲେ ଏବେ ଭାଇରାଲ ହେଉଥିବା ନିମନ୍ତ୍ରଣ କାର୍ଡ଼ରେ ଅଜବ ସର୍ତ୍ତ ଲେଖାଯାଇଛି, ଯାହାକୁ ଦେଖି ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ନିମନ୍ତ୍ରଣକାର୍ଡ଼ରେ ଉଲ୍ଲେଖ ରହିଛି ଯେ, ଆମର ବିବାହ ଆସନ୍ତା ୨୦୨୫ ମସିହା ଏପ୍ରିଲ ମାସରେ ଅନୁଷ୍ଠିତ ହେବ । ଆମେ ଏବେଠାରୁ କାର୍ଡ଼ ବଣ୍ଟ ନ କରୁଛୁ । ଏଥିସହ ଅତିଥିମାନଙ୍କ ପାଇଁ ଏକ ଡ୍ରେସ୍ କୋଡ୍ ରଖାଯାଇଛି । ଯେଉଁ ଅତିଥି ଏହି ବିବାହ ଉତ୍ସବକୁ ଆସିବେ ସେମାନେ ଭିନ୍ନ ଭିନ୍ନ ରଙ୍ଗର ଡ଼୍ରେସ ନ ପିନ୍ଧି ଯଥାସମ୍ଭବ ଧଳା ପୋଷାକ ପିନ୍ଧି ଆସିବାକୁ ଅନୁରୋଧ । ଆହୁରି ଲେଖିଛନ୍ତି ଯେ, ଯଦି ଆପଣ ଛୋଟ ପିଲାମାନଙ୍କୁ ସାଙ୍ଗରେ ଆଣୁଛନ୍ତି, ସେମାନଙ୍କ ଦେଖାଶୁଣା କରିବାକୁ କୌଣସି ବ୍ୟବସ୍ଥା କରାଯାଇନାହିଁ । ଆପଣ ସେମାନଙ୍କ ଦାୟିତ୍ୱ ନିଜେ ନେବେ । ସେହିପରି ଆଉ ଏକ ସର୍ତ୍ତ ରହିଛି ଯେ, ବିବାହ ପୂର୍ବରୁ ଆପଣଙ୍କୁ ରିମାଇଣ୍ଡର ଦିଆଯିବ । ଯଦି ଆପଣ ଓକେ ନ କଲେ ଏବଂ ବିବାହ ଉତ୍ସବକୁ ଆସିଲେ, ତାହାହେଲେ ସାଙ୍ଗରେ ବସିବା ପାଇଁ ଚେୟାର ଓ ଖାଦ୍ୟ ଧରି ଆସିବେ । ଏଠାରେ କୌଣସି ମଦ ପିଇବାକୁ ଅନୁମତି ଦିଆଯିବ ନାହିଁ କି ବ୍ୟବସ୍ଥା ମଧ୍ୟ କରାଯିବ ନାହିଁ ।

ଏହି କାର୍ଡ଼କୁ ଦେଖିବା ପରେ ଲୋକେ ନକରାତ୍ମକ ମନ୍ତବ୍ୟ ଦେଇଛନ୍ତି । ଅନେକ ଏହାକୁ ଅପମାନଜନକ ବୋଲି କହିଥିବା ବେଳେ ଆଉ କିଏ ଏହା ସବୁଠୁ ଅଭଦ୍ର ନିମନ୍ତ୍ରଣ କାର୍ଡ଼ ବୋଲି କହିଛନ୍ତି । ଆଉ କିଛି କହିଛନ୍ତି ଯେ, ବିବାହ ୨୦୨୫ ରେ ଅଛି ଏବଂ ବର୍ତ୍ତମାନଠାରୁ ନିମନ୍ତ୍ରଣ କାର୍ଡ଼ ପଠାଯାଉଛି । ବାସ୍ତବରେ, ସେ ଚାହୁଁ ନାହାଁନ୍ତି ଯେ ତାଙ୍କ କାର୍ଯ୍ୟକ୍ରମରେ କେହି ଅଂଶଗ୍ରହଣ କରନ୍ତୁ ।

Leave A Reply

Your email address will not be published.