ନୂଆଦିଲ୍ଲୀ: ଆଉ ଏକ ଅର୍ଚ୍ଚନା ନାଗ । ଜଣେ ପତି, ୧୮ ବୟ ଫ୍ରେଣ୍ଡ । ୨ କୋଟିରୁ ଅଧିକ ଠକେଇ.. । ଶେଷରେ ହାତରେ ପଡିଲା ହାତକଡି । ଏ ହେଉଛି ଜଣେ ବିବାହିତା ମହିଳାଙ୍କ କାରନାମା । ଏମିତି କରବା ପଛରେ ଗୋଟିଏ ଉଦ୍ଦେଶ୍ୟ । ଏକ ବିଳାସପୂର୍ଣ୍ଣ ଜୀବନ ଜିଇଁବା । ଏଥିପାଇଁ ୨୦ ଜଣ ପୁରୁଷଙ୍କୁ ଠକିବା ପରେ ଶେଷରେ ପୋଲିସ ତାଙ୍କୁ ଧରିଛି । ଧରିବା ପରେ ତାଙ୍କ ବିଷୟରେ ଅନେକ ଚାଞ୍ଚଲ୍ୟକର ତଥ୍ୟ ପାଇଛି ।
ସାଉଥ ଚାଇନାରୁ ପ୍ରକାଶିତ ମର୍ଣ୍ଣିଂ ପୋଷ୍ଟ ସୂଚନା ଅନୁସାରେ, ସାଂଘାଇ ପୋଲିସ ୨୯ ବର୍ଷୀୟ ଏହି ମହିଳାଙ୍କୁ ଗିରଫ କରିଛି । ମହିଳାଙ୍କ ନାମ ସରନେମ ବୁ । ପରୁଷଙ୍କ ପ୍ରେମର ଛଳନା କରି ତାଙ୍କ ପକେଟ ଖାଲି କରୁଥିଲେ । ୨୦୧୭ରେ ସେ ଏକ ଡର୍ଜନରୁ ଅଧିକ ପୁରୁଷଙ୍କୁ ନିଜ ମାୟାଜାଲରେ ଫସାଇଥିଲେ ।
ସବୁଠାରୁ ମଜା କଥା ହେଉଛି, ସେ ଏକା ସାଙ୍ଗରେ ୧୮ ଜଣ ପୁରୁଷଙ୍କୁ ଡେଟ କରୁଥିଲେ । ହେଲେ ଧରା ପଡୁ ନ ଥିଲେ । ଏମାନଙ୍କ ମଧ୍ୟରୁ ଅନେକଙ୍କୁ ବିବାହ କରିବାର ପ୍ରତିଶ୍ରୁତି ବି ଦେଇଥିଲେ । ଯେତେବଳେ ଯୁବକମାନେ ତାଙ୍କ ପ୍ରେମରେ ପାଗଳ ହୋଇ ଯାଉଥିଲେ ସେତେବେଳେ ସେ ଟଙ୍କା ଅସୁଲ କରୁଥିଲେ ।
କେତେବେଳେ କହୁଥିଲେ ବାପାଙ୍କୁ କ୍ୟାନ୍ସର, ଚିକିତ୍ସା ପାଇଁ ଅର୍ଥ ଦରକାର ତ କେତେବେଳେ କହୁଥିଲେ ଭାଇର ବାହାଘର ଟଙ୍କା ଦିଅ । ଏମିତି କହି ଟଙ୍କା ଲୁଟୁଥିଲେ ବୁ ।
ବୁ ପେଷାରେ ଜଣେ ମଡେଲ । ୨୦୧୪ରେ ସେ ଆଇନଗତ ଭାବେ ଜେଙ୍ଗ ନାମକ ଜଣେ ବ୍ୟକ୍ତିଙ୍କୁ ବିବାହ କରିଥିଲେ । ଏକ ପୁଅ ଅଛି । ହେଲେ ଏ ବିଷୟରେ ତାଙ୍କର ପୁରୁଷ ବନ୍ଧୁ ଜାଣନ୍ତିନି । ହେଲେ କିଛି ବ୍ୟକ୍ତିଙ୍କୁ ବୁ’ଙ୍କୁ ସନ୍ଦେହ କରିବା ଆରମ୍ଭ କଲେ । ସେ ତାଙ୍କର ଟଙ୍କା ଫେରସ୍ତ ମାଗିଲେ । ହେଲେ ବୁ ଟଙ୍କା ନ ଫେରାଇବାରୁ ତାଙ୍କ ବିରୋଧରେ ପୋଲିସରେ ଅଭିଯୋଗ କରିବେ ବୋଲି ଧମକ ଦେଇଥିଲେ । ଏପରି ଧମକ ପାଇବା ପରେ ବୁ ପୁଣି ପୁରୁଷ ବନ୍ଧୁ ବଦଳାଇବାକୁ ଲାଗିଲେ । ସେମାନଙ୍କୁ ପୁଟି ଲୁଟିବାକୁ ଲାଗିଲେ । ଏମିତି ତାଙ୍କର ପୁରୁଷ ବନ୍ଧୁଙ୍କ ତାଲିକା ଲମ୍ବିବାରେ ଲାଗିଲା ।
ଯାହା ବି ହେଉ ସାଂଘାଇ, ପୋଲିସ ବୁଙ୍କୁ ଗିରଫ କରିଛି । ପ୍ରଥମେ ତ ଦୋଷ ସ୍ୱୀକାର କରୁନ ଥିଲା । ଅବିବାହିତ ବୋଲି କହୁଥିଲା । ହେଲେ ପୋଲିସର ଘନଜନ ଜେରା ପରେ ଦୋଷ ସ୍ୱୀକାର କରିଥିଲେ ।
BREAKING NEWS
- Turkman Gate Violence: ତୁର୍କମାନ ଗେଟ୍ ହିଂସା ମାମଲାରେ ବଡ ଖୁଲାସା;ରାଜନୈତିକ ସମ୍ପର୍କ ଏବଂ ବାହାର ପଥର ଫିଙ୍ଗାଳିଙ୍କ ସମ୍ପୃକ୍ତି…
- ଭୁବନେଶ୍ବର ଲିଙ୍ଗରାଜ ମନ୍ଦିର ଭିତରେ ଅଣହିନ୍ଦୁ ପ୍ରବେଶ;ତାଙ୍କୁ ନେଇଥିବା ବ୍ୟକ୍ତି ଅଟକ…
- କେଳୁଚରଣ କୀର୍ତ୍ତି ଶତକମ୍ :ଉନ୍ମୋଚନ ହେବ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ୱେବସାଇଟ
- ‘Atal Van’ at Lok Bhavan: ଲୋକଭବନରେ ‘ଅଟଳ ବନ’କୁ ଉଦଘାଟନ କଲେ ପୂର୍ବତନ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ
- ହୋଟେଲ ଭିତରେ କରୁଥିଲେ କାମ,ପଶି ଆସିଲା ଟ୍ରାକ୍ଟର;ଚାଲିଗଲା ୨ଜଣଙ୍କ ଜୀବନ
- ଆକଳନଠାରୁ କମ୍ ବିଡିଂ ମେମୋର ପୁନଃବିଚାର ପାଇଁ ଦାବି
- ଋଷ ତୈଳ ଟ୍ୟାଙ୍କରକୁ କବଜା କଲା ଆମେରିକା!
- ଚାଲାଣ ଥିଲେ ପଲ୍ୟୁସନ ସାର୍ଟିଫିକେଟ ନ ମିଳିବା ନିଷ୍ପତ୍ତି ସମ୍ପୂର୍ଣ୍ଣ ବେଆଇନ;ବିଜୁ ଯୁବ ଛାତ୍ର ଜନତା ଦଳର ଆନ୍ଦୋଳନ ଡାକରା
- ଧୂରନ୍ଧର ଅକ୍ଷୟ ଖାଆନ୍ତି ନାହିଁ ଜଳଖିଆ
- ବେକରେ ବିରଳ ସାପ ଧରି ବୁଲୁଥିଲେ ଯୁବକ, ଖାଇଲେ ଚୋଟ
Comments are closed.