Latest Odisha News

BREAKING NEWS

ଚୀନ ଓ ପାକିସ୍ତାନର ବିରୋଧ ସତ୍ତ୍ୱେ ଶ୍ରୀନଗରରେ ହେବ ଜି-୨୦ ବୈଠକ

ନୂଆଦିଲ୍ଲୀ: ଜମ୍ମୁକାଶ୍ମୀରରେ ହେବ ଜି୨୦ ବୈଠକ । କେନ୍ଦ୍ର ସରକାର ନେଇଥିବା ନିଷ୍ପତ୍ତି ଅନୁସାରେ, ମେ ୨୨ ଓ ୨୩ ତାରିଖରେ ଶ୍ରୀନଗରରେ ଜି୨୦ ବୈଠକ ହେବ । ୭୦ ବର୍ଷରେ ପ୍ରଥମଥର ଲାଗି ଜମ୍ମୁକାଶ୍ମୀରରେ ଜି୨୦ ବୈଠକ ହେବାକୁ ଯାଉଛି । ଅନୁଚ୍ଛେଦ ୩୭୦ ପ୍ରତ୍ୟାହାର ପରେ ଜମ୍ମୁକାଶ୍ମୀରରେ ଏହା ପ୍ରଥମ ଅନ୍ତର୍ଜାତୀୟ ସମ୍ମିଳନୀ ।

ଜି୨୦ର ୟୁଥ୍ ଓ ସିଭିଲ୍-୨୦ ବୈଠକ ପାଇଁ ଚୟନ ହୋଇଥିବା ଦେଶର ୧୫ଟି ଅନୁଷ୍ଠାନ ମଧ୍ୟରେ କାଶ୍ମୀର ବିଶ୍ୱବିଦ୍ୟାଳୟ ରହିଛି । ଜି-୨୦ ବୈଠକ ଜାମ୍ମୁକାଶ୍ମୀରରେ ହେବାକୁ ନିୟମିତ ବିରୋଧ କରି ଆସୁଛନ୍ତି ପାକିସ୍ତାନ ଓ ଚୀନ । ଏଥିପାଇଁ ପାକିସ୍ତାନ ତାର ସମର୍ଥକ ଦେଶ ଉପରେ ଏଥିପାଇଁ ଚାପ ପକାଉଛି ।

ସେହିଭଳି ଚୀନ ଗତ ମାର୍ଚ୍ଚରେ କହିଥିଲା, ଜି-୨୦ ବୈଠକ ଜମ୍ମୁକାଶ୍ମୀରରେ ହେବା ଉଚିତ୍ ନୁହେଁ । ଏବେ ସରକାର ଶ୍ରୀନଗରରେ ବୈଠକ ପାଇଁ ନିଷ୍ପତ୍ତି ନେଇଥିବାରୁ ଚୀନ ଏଥିରୁ ଦୂରେଇ ରହିବ ବୋଲି ଆଶଙ୍କା କରାଯାଉଛି ।

ଭାରତ ଜି-୨୦-ର ଅଧ୍ୟକ୍ଷତା କରୁଥିବା ବେଳେ ସରକାର ପ୍ରଥମରୁ କହିଥିଲେ, ୨୮ ରାଜ୍ୟରେ ଜି-୨୦ ସହ ଜଡ଼ିତ ବୈଠକର ଆୟୋଜନ କରାଯିବ । ସେହି ଅନୁସାରେ, ଅରୁଣାଚଳ ପ୍ରଦେଶ ଓ ଜମ୍ମୁକାଶ୍ମୀରରେ ବୈଠକ ରଖାଯାଇଛି । ମାର୍ଚ୍ଚରେ ଅରୁଣାଚଳପ୍ରଦେଶର ରାଜଧାନୀ ଇଟାନଗରରେ ହୋଇଥିବା ବୈଠକରୁ ଦୂରେଇ ରହିଥିଲା ଚୀନ । କାରଣ ଚୀନ, ଅରୁଣାଚଳପ୍ରଦେଶକୁ ଭାରତର ଅଂଶ ବୋଲି ମାନୁ ନାହିଁ ।

Leave A Reply

Your email address will not be published.