Latest Odisha News

BREAKING NEWS

ସିଂହ ରାଶିରେ ମଙ୍ଗଳ ଗ୍ରହର ଗୋଚର; ଏହି ରାଶିଙ୍କ ଫିଟିବ ଭାଗ୍ୟ

ଭୁବନେଶ୍ବର: ଜୁନ୍ ମାସ ଆରମ୍ଭ ହୋଇଗଲାଣି। ମାସର ଆରମ୍ଭରେ ଗ୍ରହମାନଙ୍କର ସେନାପତି ମଙ୍ଗଳ ସିଂହ ରାଶିରେ ଗୋଚର କରିବାକୁ ଯାଉଛନ୍ତି । ଫଳରେ ସମସ୍ତ ରାଶିକୁ ପ୍ରଭାବିତ କରିବ। ଜ୍ୟୋତିଷ ଗଣନା ଅନୁସାରେ, ମଙ୍ଗଳ ୭ ଜୁନ୍ ୨୦୨୫ ରେ ରାତି ୧:୩୩ ରେ ସିଂହ ରାଶିରେ ପ୍ରବେଶ କରିବେ। ସେ ୨୮ ଜୁଲାଇ, ୨୦୨୫ ପର୍ଯ୍ୟନ୍ତ ଏହି ରାଶିରେ ରହିବେ।

ଏହି ଚଳନକୁ ଏକ ଶକ୍ତିଶାଳୀ ଚଳନ ଭାବରେ ଦେଖାଯାଉଛି । ମଙ୍ଗଳ ନେତୃତ୍ୱ କ୍ଷମତା, ଆତ୍ମବିଶ୍ୱାସ ଏବଂ ମହତ୍ତ୍ୱାକାଂକ୍ଷା ବୃଦ୍ଧି କରିଥାନ୍ତି। ଖାସ୍ କରି ଏହି ଚଳନ ପ୍ରଭାବରେ ମେଷ, କର୍କଟ, ସିଂହ, ବିଛା ଏବଂ ଧନୁ ରାଶିର ବ୍ୟକ୍ତି ବିଶେଷ ଲାଭବାନ ହେବେ । ଏହା ପ୍ରଶାସନ, ରାଜନୀତି, ସାମରିକ ଏବଂ ପ୍ରତିଯୋଗିତାମୂଳକ କ୍ଷେତ୍ରରେ ଏହି ୫ଟି ରାଶି ପାଇଁ ବିଶେଷ ଫଳପ୍ରଦ ହେବ ବୋଲି ଆକଳନ କରାଯାଉଛି।

ଧନୁ- ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଏହି ଚଳନ ବେଶ୍ ଶୁଭଦାୟକ । ଏହି ସମୟରେ ଭ୍ରମଣ କରିବାକୁ ସୁଯୋଗ ମିଳିବ । ଅଧ୍ୟୟନ କ୍ଷେତ୍ରରେ ଆଗକୁ ବଢିବେ । ନିଜ ଅଭିଜ୍ଞତାରୁ ପ୍ରଶଂସାର ପାତ୍ର ହେବେ । ସନ୍ତାନମାନଙ୍କ ଠାରୁ ଖୁସି ଖବର ମିଳିବାର ସମ୍ଭାବନା ରହିଛି ।

ମେଷ- ମଙ୍ଗଳ ଚଳନ ଆପଣଙ୍କ ନିଷ୍ପତ୍ତି ନେବା କ୍ଷମତା ବୃଦ୍ଧି କରିବ । ପ୍ରତିଯୋଗିତାମୂଳକ କାର୍ଯ୍ୟରେ ସଫଳତା ମିଳିବାର ସମ୍ଭାବନା ରହିଛି । ବିଦ୍ୟାର୍ଥୀଙ୍କୁ ଅଧିକ ଲାଭ ପାଇବେ । ଚାକିରୀ କ୍ଷେତ୍ରରେ ମଧ୍ୟ ଶୁଭଫଳ ମିଳିବ ।

ସିଂହ – ଏହି ରାଶିର ବ୍ୟକ୍ତିଙ୍କୁ ଶୁଭଫଳ ମିଳିବ । ଆତ୍ମବିଶ୍ୱାସ ବଢିବାକୁ ଲାଗିବ । ନେତୃତ୍ୱ ନେବାର ଦକ୍ଷତା ବଢିବ । କର୍ମକ୍ଷେତ୍ରରେ ପ୍ରଶଂସା ମିଳିବ । ଜବ୍ ରେ ନୂଆ ଦାୟିତ୍ୱ ମିଳିବାର ସମ୍ଭାବନା ରହିଛି ।

କର୍କଟ – ଏହି ଚଳନ ଆର୍ଥିକ କ୍ଷେତ୍ରରେ ପ୍ରଗତି ଆଣିବ । ଆୟ ବୃଦ୍ଧି ହେବ । ପରିବାରରେ ହସ ଖୁସିର ସମୟ ବିତିବ । ବ୍ୟବସାୟରେ ଆପଣଙ୍କୁ ନୂତନ ସୁଯୋଗ ମିଳିବ ।

ବିଛା-ଏହି ସମୟ କର୍ମକ୍ଷେତ୍ରରେ ଶୁଭଫଳ ଆଣିଦେବ । ନୂତନ ଯୋଜନାକୁ କାର୍ଯ୍ୟକାରୀ ହେବ । ପଦବୀ ଏବଂ ପ୍ରତିଷ୍ଠା ମିଳିବ । ସାହସ ଏବଂ ନେତୃତ୍ୱ ଦକ୍ଷତା ସହିତ ନିଜର କର୍ମକ୍ଷେତ୍ରରେ ଭଲ ପ୍ରଦର୍ଶନ କରିବ ।

Comments are closed.