Latest Odisha News

BREAKING NEWS

ପୁଣି କମାଲ କଲେ ମେରିକମ, ଭାରତ ପାଇଁ ଆଣିଲେ ଆଉ ଏକ ପଦକ

ଉଲାନ-ଉଦ: ପୂର୍ବରୁ ଛଅଥର ଚାମ୍ପିୟାନ ରହିସାରିଥିବା ଏମସି ମେରିକମ ‘ୱାର୍ଲଡ଼ ବକ୍ସିଂ ଚାମ୍ପିଅନସିପ’ ଇତିହାସରେ ସବୁଠୁ ସଫଳତମ ବକ୍ସର ଭାବେ ନିଜକୁ ପ୍ରମାଣିତ କରିଛନ୍ତି ।

ଋଷର ଉଲାନ ଉଦ ସହରରେ ଚାଲିଥିବା ବିଶ୍ୱ ମହିଳା ବକ୍ସିଂ ଚାମ୍ପିଅନସିପରେ ଗୁରୁବାର ଦିନ ୫୧କେଜି ବକ୍ସିଂ ପ୍ରତିଯୋଗିତାରେ ସେ ସେମିଫାଇନାଲରେ ପ୍ରବେଶ କରିଛନ୍ତି ।

ମିଳିଥିବା ସୂଚନା ଅନୁସାରେ, ମେରିକମ୍ କ୍ୱାଟରଫାଇନାଲରେ କଲମ୍ବିଆର ଭିକ୍ଟୋରିଆ ଭେଲୋଲିଆଙ୍କୁ ହରାଇ ସେମିଫାଇନାଲରେ ନିଜ ସ୍ଥାନ ପକ୍କା କରିଛନ୍ତି । ଏହି ପଦକ ଭାରତୀୟ ବକ୍ସର ମେରିକମଙ୍କ ପାଇଁ ବିଶ୍ୱ ପ୍ରତିଯୋଗିତାରେ ଅଷ୍ଟମ ପଦକ ହେବ ।

ଏହା ପୂର୍ବରୁ ୬ଥରର ଚାମ୍ପିଆନ ଏମସି ମେରିକମ ଗତ ମଙ୍ଗଳବାର ଥାଇଲାଣ୍ଡର ଜୁଟାମାସ ଜିଟପୋଙ୍ଗଙ୍କୁ ୫-୦ରେ ମାତ୍ ଦେଇ କ୍ୱାର୍ଟରଫାଇନାଲରେ ପ୍ରବେଶ କରିଥିଲେ ।

ଅନ୍ୟପଟେ ଆଜି ୪୮କେଜି ବର୍ଗରେ ବକ୍ସର ମଞ୍ଜୁ ମଧ୍ୟ ନିଜର କ୍ୱାଟରଫାଇନାଲ ମ୍ୟାଚ ଖେଳିବେ । ସେ ଏକ ନମ୍ବର ଖେଳାଳି କୋରିଆର କିମ୍ ହେୟୋଙ୍ଗଙ୍କୁ ଭେଟିବେ । ଆଜିର ମ୍ୟାଚ ଜିତିଲେ ସେ ମଧ୍ୟ ପଦକ ପକ୍କା କରିବେ ।

Leave A Reply

Your email address will not be published.