Latest Odisha News

ଶେଷ ମୂହର୍ତରେ ରିଙ୍ଗ ଡ୍ରେସ ବଦଳାଇବା ନେଇ ପ୍ରଶ୍ନ ଉଠାଇଲେ ମେରୀ କମ୍‌

ନୂଆଦିଲ୍ଲୀ: ମହିଳା ବକ୍ସିଂରେ ଭାରତର ସୁପର ମମ ମେରୀ କମ୍ ଫ୍ଲାଏୱେଟ କାଟଗୋରିରେ ପଦକ ହାସଲରୁ ବଂଚିତ ହୋଇଛନ୍ତି । ତେବେ ଏହି ଫାଇଟରେ ରେଫରୀଙ୍କ ନିଷ୍ପତି ନେଇ ସେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଏବେ ବି ମୁଁ ହାରିଥିବା କଥା ଚିନ୍ତା କରିପାରୁ ନାହିଁ । ରିଙ୍ଗରେ ମୁଁ ବିଜୟ ନେଇ ଦୃଢ଼ ନିଶ୍ଚିତ ଥିଲି । ଫାଇଟ ପରେ ଡୋପ ଟେଷ୍ଟ ପାଇଁ ଯିବା ବେଳେ ମଧ୍ୟ ଜିତିଛି ବୋଲି ଭାବିଥିଲି । ମାତ୍ର ଏହା ପରେ ସବୁ କିଛି ଓଲଟପାଲଟ ହୋଇଯାଇଛି ।

ସବୁଠାରୁ ବଡ କଥା ଫାଇଟ ଆରମ୍ଭ ହେବା କିଛି ସମୟ ପୂର୍ବରୁ ମୋତେ ରିଙ୍ଗ ଡ୍ରେସ ବଦଳାଇବାକୁ କୁହାଯାଇଥିଲା । ଏହାର କାରଣ ଏ ପର୍ଯ୍ୟନ୍ତ ମୁଁ ଜାଣି ପାରୁ ନାହିଁ । ମେରୀ କମ୍ ଏ ନେଇ ପ୍ରଧାନମନ୍ତ୍ରୀ, କ୍ରୀଡାମନ୍ତ୍ରୀ ଅନ୍ୟ ପ୍ରମୁଖ ବ୍ୟକ୍ତିଙ୍କ ଜଣାଇଛନ୍ତି । ନୂତନ ନିୟମ ଅନୁସାରେ ରେଫରୀଙ୍କ ନିଷ୍ପତି ନେଇ ଅଭିଯୋଗ କରିହେବ ନାହିଁ ।

Leave A Reply

Your email address will not be published.