Latest Odisha News

BREAKING NEWS

ପୋଖରୀରୁ ମିଳିଲା ରାଜମିସ୍ତ୍ରୀଙ୍କ ମୃତଦେହ

ଢ଼େଙ୍କାନାଳ: ଆମ୍ବପଳାସ ଗାଁ ରାମଚନ୍ଦ୍ରପୁର ସାହିରେ ଥିବା ଗୁରୁଧୋଡ଼ା ପୋଖରୀରେ ବୁଡ଼ି ଜଣେ ରାଜମିସ୍ତ୍ରୀଙ୍କର ମୃତ୍ୟୁ ହୋଇଛି। ମୃତକ ଜଣଙ୍କ ଆମ୍ବପଳାସ ଗାଁର ରମେଶ ଚନ୍ଦ୍ର ସାହୁ।

ରମେଶ ଗତ କାଲି ଠାରୁ ନିଜ ଚାଷ ଜମିକୁ ଯାଇ ନିଖୋଜ ଥିଲେ। ତେବେ ପରିବାର ଲୋକେ ବହୁ ଖୋଜା ଖୋଜି କରିଥିଲେ। ମାତ୍ର କୌଣସି ସନ୍ଧାନ ପାଇନଥିଲେ। ରାମଚନ୍ଦ୍ରପୁର ସାହି ଗୁରୁଧୋଡ଼ା ପୋଖରୀ ନିକଟରେ ତାଙ୍କ ସାଇକେଲ ଥିବା ଦେଖି ପରିବାର ଲୋକେ ପୋଲିସକୁ ଖବର ଦେଇଥିଲେ ।

ତେବେ ଆଜି ସକାଳୁ ତାଙ୍କ ମୃତଦେହ ପୋଖରୀରେ ଭାସୁଥିବାର ଦେଖିବାକୁ ମିଳିଥିଲା । ପୋଲିସର ସହାୟତାରେ ସ୍ଥାନୀୟ ଲୋକମାନେ ତାଙ୍କୁ ପୋଖରୀରୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ମେଡ଼ିକାଲରେ ଭର୍ତ୍ତି କରିଥିଲେ । ଏନେଇ ଗାଁରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି ।

Comments are closed.