Latest Odisha News

BREAKING NEWS

ମଶା ଧୂଆଁରୁ ଜଳିଗଲା ଘର, ୧୦ ଛେଳି ଜୀବନ୍ତ ଦଗ୍ଧ

କାମାକ୍ଷାନଗର: ବିଳମ୍ବିତ ରାତିରେ ନିଆଁ ଲାଗି ୧୦ଗୋଟି ଛେଳି ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି । ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା ବାଲିକୁମା ପଞ୍ଚାୟତ ଡାଉଁଶନାଳି ଗାଁରେ ବିଳମ୍ବିତ ରାତିରେ ନିଆଁ ଲାଗିଥିଲା । ଅଗ୍ନିକାଣ୍ଡରେ ଚନ୍ଦ୍ର ମୁର୍ମୁଙ୍କର ଦୁଇ ବଖରା ଘର ସମ୍ପୂର୍ଣ୍ଣ ଭସ୍ମୀଭୂତ ହୋଇ ଯାଇଛି । ୧୦ଟି ଛେଳି ଜିଅନ୍ତା ଜଳି ଯାଇଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ପରିବାରର ୪ ସଦସ୍ୟ ।

ସୂଚନା ଅନୁସାରେ, ରାତିରେ ମଶାଙ୍କ କବଳରୁ ରକ୍ଷା ପାଇବା ପାଇଁ ଚନ୍ଦ୍ର ମୁର୍ମୁ ନିଜ ଘର ଭିତରେ ନିଆଁ ଧୂଆଁ ଦେଇଥିଲେ । ରାତି ପ୍ରାୟ ୨ ଟା ସମୟରେ ଗୋଟିଏ ଛେଳି କାନ୍ଥରେ ଥିବା ଲୁଗାକୁ ଟାଣି ଆଣିବାରୁ ତାହା ନିଆଁ ସଂସ୍ପର୍ଶରେ ଆସି ଘରେ ଅଗ୍ନିକାଣ୍ଡ ଘଟିଥିଲା । ଅଗ୍ନିକାଣ୍ଡର ଭୟାବହ ଏତେ ଅଧିକ ଥିଲା ଯେ କ୍ଷଣକରେ ସବୁ କିଛି ଜାଳି ପୋଡ଼ି ଛାରଖାର କରି ଦେଇଥିଲା ।

ଚନ୍ଦ୍ର ମୁର୍ମୁ ନିଜ ପରିବାର ଲୋକଙ୍କୁ ବଞ୍ଚାଇବା ପାଇଁ ସକ୍ଷମ ହୋଇଥିଲେ । ଏପରିକି ଛେଳି ଗୁହାଳ ଘର ଭିତରୁ ପ୍ରାୟ ୨୦ ଟି ଛେଳିକୁ ଉଦ୍ଧାର କରିଥିଲେ । ନିଆଁରେ ଘରର କିଛି ଆସବାବପତ୍ର ପୋଡ଼ି ଯାଇଛି । ଅଗ୍ନି ବିପନ୍ନଙ୍କ ପରିବାରକୁ ପ୍ରଶାସନ ପକ୍ଷରୁ ସରକାରୀ ସହାୟତା ଯୋଗାଇ ଦେବାକୁ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି ।

Leave A Reply

Your email address will not be published.