Latest Odisha News

ଶରୀରରେ କୋଲେଷ୍ଟ୍ରଲ୍ ବୃଦ୍ଧି ହେଲେ ଖାଆନ୍ତୁ ଏହି ଡାଲି, ମିଳିବ ଫାଇଦା

ଭୁବନେଶ୍ଵର: ମସୁର ଡାଲି ଭାରତରେ ଏକ ଲୋକପ୍ରିୟ ଖାଦ୍ୟ । ଏହାକୁ ପ୍ରାୟ ଲୋକ ଖାଆନ୍ତି । ମସୁର ଡାଲିକୁ ପ୍ରୋଟିନର ଏକ ଉତ୍ସ ଭାବରେ ବିବେଚନା କରାଯାଏ । ଶାକାହାରୀ ଲୋକଙ୍କ ପାଇଁ ମସୁର ଡାକି ଏକ ଭଲ ବିକଳ୍ପ । ତେବେ ଆସନ୍ତୁ ଜାଣିବା ଏହାକୁ ଖାଇବା ଦ୍ବାରା ଆମ ସ୍ବାସ୍ଥ୍ୟକୁ କିଭଳି ଲାଭ ମିଳିଥାଏ ।

ମସୁର ଡାଲିରେ ପ୍ରୋଟିନ୍ ଅଧିକ ମାତ୍ରାରେ ରହିଥାଏ । ଗୋଟିଏ କପ୍ ମସୁର ଡାଲିରେ ପ୍ରାୟ ୧୮ ଗ୍ରାମ୍ ପ୍ରୋଟିନ୍ ଥାଏ । ଏହାକୁ ଖାଇବା ଦ୍ବାରା ଶରୀରରେ କୋଲେଷ୍ଟ୍ରଲର ମାତ୍ରା ନିୟନ୍ତ୍ରଣ ହୋଇଥାଏ । ଶରୀରରେ ଦୁଇ ପ୍ରକାରର କୋଲେଷ୍ଟ୍ରଲ ହୋଇଥାଏ । ଭଲ ଏବଂ ଖରାପ । ଯଦି ଖରାପ କୋଲେଷ୍ଟ୍ରଲ ବୃଦ୍ଧି ପାଏ ତେବେ ହୃଦଘାତର ବିପଦ ଅଧିକ ବଢିଯାଇଥାଏ । ଅନେକ ରିପୋର୍ଟରେ ଦାବି କରାଯାଇଛି କି ଖରାପ କୋଲେଷ୍ଟ୍ରଲକୁ ମୁଗ-ମସୁର ଡାଲି ଦ୍ବାରା କଣ୍ଟ୍ରୋଲ କରାଯାଇପାରେ ।

ଯଦି ଆପଣ ମଧ୍ୟ ମୁଗ ଏବଂ ମସୁର ଡାଲି ସେବନ କରିବେ ତେବେ ହୃଦଘାତର ବିପଦ ମଧ୍ୟ କମ୍ ହୋଇଯିବ । କାରଣ ସମସ୍ତେ ଜାଣିଛନ୍ତି ଯେତେବେଳେ ଶରୀରରେ ଖରାପ କୋଲେଷ୍ଟ୍ରଲର ମାତ୍ରା ଅଧିକ ହୋଇଯାଏ ତେବେ ହୃଦଘାତର ବିପଦ ଅଧିକ ବଢିଯାଇଥାଏ । ଏହାସହ ରକ୍ତ ଶର୍କରା ନିୟନ୍ତ୍ରଣ କରିବାରେ ମଧ୍ୟ ମୁଗ-ମସୁର ଡାଲି ଅଧିକ ଲାଭଦାୟକ ହୋଇଥାଏ । ଅର୍ଥାତ୍ ମଧୁମେହ ରୋଗୀ ଏହି ଡାଲିକୁ ନିଜ ଖାଦ୍ୟରେ ନିଶ୍ଚୟ ସାମିଲ କରନ୍ତୁ । ଯେଉଁମାନଙ୍କର ସବୁବେଳେ ପେଟ ଖରାପ ହୋଇଥାଏ ସେମାନେ ମଧ୍ୟ ଏହି ଡାଲି ଖାଇପାରିବେ ।

Comments are closed.