ନ୍ୟୁୟର୍କ: ଆମେରିକାରେ ରହସ୍ୟମୟ ଢ଼ଙ୍ଗରେ ପକ୍ଷୀଙ୍କ ମୃତ୍ୟୁ ଘଟୁଥିବା ଦେଖିବାକୁ ମିଳିଛି । କେଉଁ ରୋଗରେ ଆକ୍ରାନ୍ତ ହୋଇ ସେମାନେ ମୃତ୍ୟୁବରଣ କରୁଛନ୍ତି ତାହାର ତଦନ୍ତ ଚାଲିଛି । ଷ୍ଟାରଲିଙ୍ଗସ, ବ୍ଲୁ ଜେଜ, ଗ୍ରେକଲ୍ସଙ୍କ ପରୀ ପକ୍ଷୀ ମରିବା ପରୋକ୍ଷରେ ମହାମାରୀର ଆଶଙ୍କା ସୃଷ୍ଟି କରିଛି । ସାଧାରଣତଃ ସାଲମୋନେଲା ଓ କ୍ଲାମାୟିଡିଆ ବ୍ୟାକ୍ଟେରିଆ ସଂକ୍ରମଣ ଯୋଗୁ ପକ୍ଷୀମାନେ ମରିଥାନ୍ତି । ମାତ୍ର ଏଥର ଏହି କାରଣ ଯୋଗୁ ପକ୍ଷୀ ମରୁ ନାହାନ୍ତି ବୋଲି ବୈଜ୍ଞାନିକମାନେ ସ୍ପଷ୍ଟ କରିଛନ୍ତି । ୨ ମାସ ତଳେ ଭର୍ଜିନିଆ, ୱାଶିଂଟନ ଓ ମେରୀଲ୍ୟାଣ୍ଡରେ ଏ ଭଳି କିଛି ଘଟଣା ସମ୍ମୁଖକୁ ଆସିଥିଲା । ମାତ୍ର ଏହା ଅନ୍ୟ ସବୁ ଅଂଚଳରେ ଦେଖିବାକୁ ମିଳିଛି, ଯାହାକୁ ନେଇ ବୈଜ୍ଞାନିକମାନେ ଚିନ୍ତା ବ୍ୟକ୍ତ କରିଛନ୍ତି ।ଆନିମଲ ୱେଲଫେୟାର ଲିଗ ଅଫ ଆଲିଂଟନ ସଂସ୍ଥାର ପ୍ରବକ୍ତା ଚେଲସୀ ଜୋନ୍ସଙ୍କ ମତରେ ସଂକ୍ରମିତ ହେବା ପରେ ପକ୍ଷୀମାନେ ସେମାନଙ୍କ ଦୃଷ୍ଟିଶକ୍ତି ହରାଉଛନ୍ତି । ଦିଗ ନିର୍ଦ୍ଧାରଣ କରି ନ ପାରିବାରୁ ସେମାନେ ପଥଭ୍ରଷ୍ଟ ହେବା ସହ ଭ୍ରମିତ ହେଉଛନ୍ତି । ସେମାନେ ନ୍ୟୁରୋଲୋଜିକାଲ ସମସ୍ୟାରେ ପଡୁଛନ୍ତି । ଏହାର ସ୍ପଷ୍ଟ କାରଣ ଖୋଜିବା ଜରୁରୀ ବୋଲି ସେ କହିଛନ୍ତି । ଲୋକମାନଙ୍କୁ ପକ୍ଷୀଠାରୁ ଦୂରେଇ ରହିବା ପାଇଁ ପରାମର୍ଶ ଦିଆଯାଇଛି ।
BREAKING NEWS
- ଯାଯାବର ଗଣହତ୍ୟା ମାମଲା, ୭ ଗିରଫ
- ବଙ୍ଗୋପସାଗରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି, ଆଇଏମଡିର ସତର୍କ ସୂଚନା ଜାରି
- ମାଓ କ୍ୟାମ୍ପ ଠାବ, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ
- ହାତୀଙ୍କ ଉତ୍ପାତ, ଯୁବକଙ୍କୁ ଦଳିଦେଲେ ୫୧ ଟିକିଆ ହାତୀ ପଲ
- ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ ଧକ୍କାରେ ୩ ମୃତ
- ଘରୋଇ କଳହକୁ ନେଇ ବିଷ ପିଇଲେ ୨ ଭଉଣୀ
- ଆଜି ଭାଙ୍ଗିବନି ବୈକୁଣ୍ଠଧାମ ସେବାଶ୍ରମ, ଅନ୍ତରୀଣ ସୁରକ୍ଷା ଦେଲେ ହାଇକୋର୍ଟ
- ଋଷର ପ୍ରତିଶୋଧ, ୟୁକ୍ରେନ ଉପରେ କଲା ହାଇପରସୋନିକ୍ ବାଲାଷ୍ଟିକ୍ ମିଜାଇଲ୍ ମାଡ଼
- ଜାନୁଆରୀ ୧ରୁ ବଦଳିବ ଟେଲିକମର ଏହି ନିୟମ, ଶୀଘ୍ର ଜାଣନ୍ତୁ
- ରାଜ୍ୟର ୩ ପ୍ରମୁଖ ବିଶ୍ୱବିଦ୍ୟାଳୟର କୁଳପତିଙ୍କ କାର୍ଯ୍ୟକାଳ ୬ମାସ ବଢିଲା
Comments are closed.